STORYMIRROR

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ମଉସୁମୀ ଦେଲା ଛୁଇଁ

ମଉସୁମୀ ଦେଲା ଛୁଇଁ

1 min
574


ମଉସୁମୀ ଯାଆ ଛୁଇଁ ଦେହକୁ ମୋର

ତୋ ଛୁଆଁରେ ମନ ମୋର ହେଲା ବିଭୋର

ଶିହରଣ ଖେଳେଇଲା ଦେହରେ ମୋର

ଧରିବାକୁ ଭାବିଥିଲି ହାତକୁ ତୋର

ମଉସୁମି ଯାଆ ଝୁମି

ଓଦା ଓଠ ଚୁମି ଚୁମି ।


ସ୍ତ୍ରୀ-ବରଷା ତୁମେ ସତେ କେତେ ନିଜର 

ତୁମ ସାଥେ ମିଶି ମୁଁ ସଦା ବିଭୋର

ତୁମେ ମୋର ପ୍ରାଣ ମିତ

ଯୁଗ ଯୁଗର

ତୁମ ପାଇଁ ଭୁଲିଛି ମୁଁ ଅତୀତ ମୋର

ବରଷା ଯାଆଝୁମି

ଓଦା ଓଠ ଯା ଚୁମି ।


ପୁ- ନୀଳ ତୃଷ୍ଣା ଜାଗେ ମନେ ତୋ ରୂପ ଦେଖି 

ଚମକେ ବିଜୁଳି ତୋର ନାଚକୁ ଦେଖି

ଖୋଲି ଗଲା କବରୀ ତୋ ସଜଡା ବେଣୀ

ଅଣାୟତ କରେ ତୋର ପ୍ରେମ ଉଜାଣି

ମଉସୁମି ଯାଆ ଝୁମି

ଓଦା ଓଠ ଚୁମି ଚୁମି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance