ମୁସ୍କିଲ୍
ମୁସ୍କିଲ୍
ଭାବନାରେ ଯାଏ ନିତି ଅକାଶେ ଉଡି
ଯେମିତି ନଟେଇର ରଙ୍ଗୀନ ଗୁଡ଼ି
ବାସ୍ତବରେ ମାଟି ପରେ ଥାଏ ମୁଁ ପଡି
ଯେମିତିକା ଅଲୋଡ଼ା ଅଚଳ ଘଡ଼ି।।
ଆଶା ଅସୁମାରୀ ମନେ ପଡିଛି ବନ୍ଧା
ସନ୍ତାନଟେ ଚାହିଁ ଥାଏ ଯେପରି ବନ୍ଧ୍ୟା
ଘଣ୍ଟା ଆଳତୀ କୁ ଚାହେଁ ଯେମିତି ସନ୍ଧ୍ୟା
ରାତିକୁ ଅପେକ୍ଷା ରଖେ ରଜନୀ ଗନ୍ଧା।।
ଛାଇ ଆଲୁଅର ଖେଳେ ଜୀବନ ବ୍ୟସ୍ତ
କାହାର କି ଯାଏ ସ୍ବପ୍ନ ନ ହେଲେ ସତ
ଉଖାରି ହୋଇ ଯାଏ ଶୁଖିଲା କ୍ଷତ
ଜୀବନଟା ଲାଗେ ସତେ କି ମନ୍ତ୍ର।।
ଭିଡ ଖାଲି ଭିଡ଼ କିନ୍ତୁ ଲାଗଇ ଏକା
ହସିଲେ ସଭିଏଁ ଥାନ୍ତି କାନ୍ଦିଲେ ଏକା
ସବୁଠି ଆଗରେ ଚାଲେ କ୍ଷମତା ଟଙ୍କା
ସେହ୍ନ ମମତାର ମୁଲ୍ୟଟି ଏଠି ଫିକା।।
ଯଦି ହୃଦୟେ କୋମଳ ସଫା ଭାବନା
ତେବେ ତ ପଛରେ ତୁମେ ଆଗେ ଜମାନା
ପାରି ବନିବଢି ଗଢି ଆଗକୁ ଜମା
ଜିଇଁବା "ମୁସ୍କିଲ୍ "ଏଇ ସ୍ୱାର୍ଥର ଭବେ ସିନା।।