STORYMIRROR

RUKEYA JABEEN

Tragedy

3  

RUKEYA JABEEN

Tragedy

ଅତୀତ ବନେ

ଅତୀତ ବନେ

1 min
156

ଶୈଶବ କୈଶୋରର ଲୁଚକାଳି ଖେଳକୁ 

ଛାଇ ସାଜି ଅଙ୍ଗେ ନିଭାଇଥିବା 

ସେ ମାଟିରେ ପାଦ ଦେଲେ 

ହୃଦୟର ଗଭୀର ବନେ 

ବହିଯାଏ ତୁମ ସ୍ମୃତିର ଝରଣା 

ନିର୍ମଳ କରିଯାଏ 

ତରୁ ଲତା ଗୁଳ୍ମ ପୁଷ୍ପ

ରୂପେ ସାଇତା 

ଅତୀତର ମନୋହର କ୍ଷଣମାନ ।


ସ୍ନେହ ଆଦର ଆକର୍ଷଣ 

ଭଲପାଇବା ଓ ପ୍ରେମର  

ବିଭିନ୍ନ ସୋପାନ ଦେଇ  

ସୁଦୂର ଗଗନେ ଏକଦା ତୋଳିଥିବା 

ତୁମ ସହ ସମ୍ପର୍କର ଦେଉଳକୁ 

ପୁନଃ ଜନ୍ମ ଦେଇ  

କଡ଼େଇ ନିଏ  

ପୁଣି ସେଇ ସପନର ଚୋରାବାଲି ଆଡେ ।


ହୁଏତ ମୁଁ ତୁମ ପାଇଁ 

ବାଦଲଟିଏ ମାତ୍ର 

ଚଲାପଥେ ହଜିଗଲି 

ଘନ କୁହୁଡି ଭିତରେ 

କିନ୍ତୁ ତୁମେ ଆଜି ବି ମୋ ଆକାଶ 

ଯାହା ଚନ୍ଦ୍ରମାର ଶୀତଳ ପରଶ

ଅନତି ଦୂରରୁ ମରୀଚିକା ସାଜି 

ଆତ୍ମ ତୃପ୍ତି ଦିଏ ।



Rate this content
Log in

Similar oriya poem from Tragedy