ମଉନାବତୀ ମୋର କାନ୍ଦନା ଆଉ
ମଉନାବତୀ ମୋର କାନ୍ଦନା ଆଉ
ମଉନାବତୀ ମୋର କାନ୍ଦନା ଆଉ
ଲୁହଟା ଗାଲେ ଶୁଖି ଦିଶୁଛି ଛଉ ।
ମନର କଥା ଖୋଲି କହୁନ ପାଖ
ଆଖିରେ ରାଗ ରଖି କାମୁଡ଼ ନଖ
ସହିବି କେତେ କାଳ ତୁମରି ଦାଉ ।
ହେଲାଣି ଶେଜ ବାସି ବଢୁଛି ରାତି
ସପନ ଆଖି ନାହିଁ ଥରୁଛି ଛାତି
ସକାଳ ପାହିଯିବ ଡାକିବେ କାଉ ।
ଜିନିଷ ଚାହୁଁଥିଲେ ବରାଦ ଦେବି
ଖାଇବା ଇଛା ଥିଲେ ମଗାଇ ନେବି
ରୁଷିବା ଖଞ୍ଜ ଛାଡ଼ି ବୋଲିବା ହେଉ ।
ପରାଣ ସଖୀ ବୋଲି ଦେଇଛି ଡାକି
ରାଣକୁ ଖାଏ ପରା ଦେବିନି ଠକି
ଚେନାଏ ହସ ହସି ହୋଇଯା' ଲାଉ ।