STORYMIRROR

RAKHAL CHANDRA SWAIN

Inspirational

3  

RAKHAL CHANDRA SWAIN

Inspirational

ମୁଁ

ମୁଁ

1 min
597

ଯୁଦ୍ଧର କୁରୁକ୍ଷେତ୍ର ରେ,

ନିଜର ପରିଚୟ ନିଜେ ଖୋଜୁଛି ମୁଁ

ଆତ୍ମ ସମୀକ୍ଷା ର ଖତିୟାନ କୁ ଭିତ୍ତି କରି,

ପାପର ପାଉତି କାଟୁଛି,

ଆଉ,

ମୁଁ ଦେଖୁଛି ଜଳଜଳ,

ମୋର ନଗ୍ନ ଛଦ୍ମ ପରିଚୟକୁ,

ଅନ୍ୟକୁ ଦଂଶନ କରିବାର ମୋହକୁ।


ଚାଖଣ୍ଡେ ଲମ୍ବା ଆୟୂଷର ଗଣ୍ଡି ଭିତରେ,

ଅନ୍ୟକୁ, ବାଜିମାତ କରି,

ମୋ ଚୌହଦୀକୁ ଜବର ଦଖଲ କରି,

ଉତ୍ତୁଙ୍ଗ ଅଟ୍ଟାଳି ଗଢିବାର ସ୍ବପ୍ନକୁ।


ବାସ୍ତବ ସତ୍ୟକୁ,

 ମିଥ୍ୟା ଚାଦର ତଳେ ଢାଙ୍କି,

ସ୍ବର୍ଗକୁ ନିଶୁଣି ଗଢିବାର ଅବଶୋଷ,

ମାୟା ମିରିଗ ପଛରେ ଗୋଡେଇବାର ଅନୁଭୂତି।

ଧଇଁସଇଁ,ଧାଇଁ ଧାଇଁ,ଶୁଖିଲା ଓଠରେ,

ପାଳ ଭୂତ ସାଜି,

ନିଧୂମ୍ ଖରାରେ,

ମାୟା ମାଟି ହାଣ୍ଡିକୁ ,ମୁଣ୍ଡରେ ମୁଣ୍ଡେଇ,

ମୁଁ ଜଗିଛି ଅସଜଡା,

ବିଶୃଙ୍ଖଳିତ କ୍ଷେତକୁ।


ମୋ କପଟ,ଇର୍ଷା, ହିଂସା,ପରଶ୍ରୀକାତରତାର,

ଗଳି ଭିତରେ,

ବଣ ବିଛୁଆତି ସାଜି,

ମୋର ସ୍ବାର୍ଥ ର ଗନ୍ଧରୁ,

ମୁଁ ପାଇଛି ମୋର ବ୍ୟକ୍ତିତ୍ବର ପରିଚୟ।


ମୋ ଅହଂକାରର କମାଣ ଭିତରୁ,

ମୁଁ ଦେଖୁଛି ଭୟର ଭୟଙ୍କର ଆତଙ୍କ।

ଶୁଣୁଛି,ଯୁଦ୍ଧ ଭୂଇଁ ର ଆର୍ତ୍ତ ଚିତ୍କାର।

ଦେଖୁଛି,ସରଳ ଆଖିରୁ ଝରୁଥିବା,

ଅସମାହିତ, ଅସହ୍ୟ ରୁଧିର।


ଆଉ,

ଏଣେତେଣେ ଅସଂଯତ,

ବିଛେଇ ହେଇ ପଡ଼ିଥିବା,

ବିଶ୍ଵ ବିଜୟୀ ହେବାର,

ଭଙ୍ଗା ସ୍ବପ୍ନ ଖଣ୍ଡ ଉପରେ ଶୋଇ,

ଛ' ଖଣ୍ଡ ବାଉଁଶ ର କୋକେଇ ଉପରେ,

ନିଥର ବାହୁ ମେଲେଇ,

ନିମନ୍ତ୍ରଣ କରୁଛି,

ମୋ ଦାଣ୍ଡ ଦୁଆରେ,ଛିଡା ହୋଇ,

ମୋତେ ଅପେକ୍ଷା କରିଥିବା,

ଚିର ସତ୍ୟ ମୃତ୍ୟୁକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational