STORYMIRROR

Tapaswini DashSarangi

Abstract Fantasy Inspirational

3  

Tapaswini DashSarangi

Abstract Fantasy Inspirational

"ମୁଁ"

"ମୁଁ"

1 min
28

ମୁଁ ମୋର ଠିକଣା ଖୋଜୁ ଖୋଜୁ

ପାଏ ମୁଁ ମୋର ସେ ମୁଁ ଭିତରେ।

ମନରେ ଅଦମ୍ୟ ବିଶ୍ଵାସ

ମନରେ ଶତସହସ୍ର

ହସ୍ତୀର ଦମ୍ଭ ନେଇ ଆଗେଇଛି

ମୁଁ ହେଉଛି ସର୍ବସ୍ଵ।

 ମୁଁ ପାରିଦର୍ଶିତା ଲାଭ କରିଛି 

ମୁଁ ଅଗାଧ ଜ୍ଞାନର ଭଣ୍ଡାର

ମୁଁ ହେଉଛି ଅଜେୟ

ମୋ କଥା ସର୍ବଦା ଗ୍ରହଣୀୟ

ମୁଁ ହେଉଛି ସବୁକିଛି।

ଜୀବନ ମୋର ବିତୁଛି

ଜୀବନ ବିତୁଥିବ ସେଇ

ମୁଁ ର ପରିଚୟ ନେଇ।

ମୁଁ କୁ ଧାରଣ କରିଥିବା ଶରୀର

ଯେବେ ନିଶ୍ଚିନ୍ନ ହୋଇଯାଏ

ସେବେ ବୃଥା ବଡିମା ମାନ

ଅଗ୍ନୀର ଝାସରେ ଲେସି ହୋଇଯାଉଥାଏ।

ସନ୍ନିକଟରେ ଥିବା ମୁଁ ର ସାଥୀ

ସହୋଦର ମାନେ ଆହାଃ ଶବ୍ଦ

ଟୋପେରେ ତର୍ପଣ ଦିଅନ୍ତି ସିନା

ଚରମ ସତ୍ୟକୁ ନ'ବୁଝି

କିଛି କ୍ଷଣରେ ନିଜ ମୁଁ କୁ ନେଇ

ମତ୍ତ ପ୍ରାୟ ହୋଇ ଉଠନ୍ତି।


Rate this content
Log in

Similar oriya poem from Abstract