STORYMIRROR

Dharitri Das

Tragedy

3  

Dharitri Das

Tragedy

ମୁଁ ପରା ମାଆ

ମୁଁ ପରା ମାଆ

1 min
152

ଆହେ ମଣିଷ ଜାତି

        ଶୁଣ ମୋହର ବିନତି।

ବାଛେନି ଭଲ ମନ୍ଦ

        କରେନାହିଁ ପ୍ରତିବାଦ।

ଥାଏ ଯେବେ ଭୋକିଲା

        ଖାଏ ମୁଁ ନଡ଼ା ଶୁଖିଲା।

ଦେଇଥାଏ ଗୋରସ

         ପିଇ ହୁଅଇ ହରଷ।

ମଳ ମୂତ୍ର ମୋହର

         ଜମିକୁ କରେ ଉର୍ବର।

ତଥାପି ତ ବୁଝନି

         ରହିଥାଅ ହୋଇ ତୁନି।

କିଛିଟା ମୂଲ୍ୟ ପାଇଁ

         ବିକ୍ରୟ କରନ୍ତି କେହି।

କଂସେଇ ମୋତେ ପୁଣି

          ଆନନ୍ଦେ ନିଅଇ କିଣି।

ଭୋକିଲା ରଖି ମୋତେ

           ବେହୋସ କରଇ ଯେତେ।

ମୋ ଦେହରେ ସେ ପୁଣି

           ପକାଇ ତପତ ପାଣି।

ଜୀବନ୍ତ ଅବସ୍ଥାରେ

           ମୋ ଚର୍ମ ଛେଦନ କରେ।

ପାଇଥାଏ ଆନନ୍ଦ

           ନ ବୁଝି ସେ ଭଲମନ୍ଦ।

ଯନ୍ତ୍ରଣା ସିକ୍ତ ହୋଇ

           ମୃତ୍ୟୁ ବରଣ କରଇ।

ହେଲେ ମଣିଷ ଜାତି

           ମନରେ ନ ଥାଏ ଭିତି।

ଏହା ସତ୍ତ୍ୱେ ବି ମୁହିଁ

           ଖରାପ ଭାବଇ ନାହିଁ।

ନଦେଇ ସୋମରସ

           ଦେଇଥାଏ ମୁଁ ଗୋରସ।

ଯେତେ ବି ଦୁଃଖ ଥାଉ

            ମନ ମୋ ବିରସ ନୋହୁ।

ସଦା ହୋଇବି ସାହା

           କାରଣ ମୁଁ ପରା ମାଆ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy