STORYMIRROR

ପ୍ରଶାନ୍ତ କୁମାର ବେହେରା

Tragedy

5.0  

ପ୍ରଶାନ୍ତ କୁମାର ବେହେରା

Tragedy

ମୁଁ ଓ ମୋ ଅତୀତ

ମୁଁ ଓ ମୋ ଅତୀତ

1 min
9.6K



ସେଦିନ ବି ଉଠିଥିଲା ଫଟୋ

ଅଳସୀ ଅଳକା ନଦୀର

ବାଲୁକା ଶଯ୍ୟାରେ..

ସାଙ୍ଗ ସାଥୀଙ୍କ ମେଳରେ

ମୁଁ ପଢୁଥିବା

ମୋ କଲେଜ ସାମ୍ନାରେ..


ଦୀର୍ଘ ତିରିଶି ପରେ

ଆଜି ବି ଉଠୁଛି ଫଟୋ

ସେଇ ଅଳକା ନଦୀର

ମୃୃତ ବାଲୁକା ବକ୍ଷରେ

ଛାତ୍ରଛାତ୍ରୀଙ୍କ ସହ

ମୋ ଏବର କର୍ମଭୂମି

ସେଇ କଲେଜ ସାମ୍ନାରେ..


ସେଇ ଜାଗା

ସେଇ କଲେଜ

କିନ୍ତୁ କେତେ ଫରକ୍

ରହିଛି ସତରେ

ସେଦିନ ଓ ଆଜିର ଭିତରେ !!!


**********************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy