ମୁଁ ନଈଟିଏ କହୁଛି
ମୁଁ ନଈଟିଏ କହୁଛି
ମୁଁ କହୁଛି ନଈଟିଏ,
ଅଙ୍କା ବଙ୍କା ମୋର ଜୀବନ
ଶୁଦ୍ଧ ଚକ୍ଷୁରେ କେବେ ମୋତେ
କରିଛ କି ନିରୀକ୍ଷଣ l
ଶୈଳ ସୁତା ନାମ ଧରି
ସାଗରେ ମୁଁ ହୁଏ ଲୀନ
ଜନ ସମାଜର କଲ୍ୟାଣରେ
ବିତିଯାଏ ମୋ ଜୀବନ l
ବହୁଛି ବହୁଥିବି ମୁହିଁ
ଯୁଗ ଯୁଗ ପାଇଁ ଏକ ଧ୍ୟାନେ
ନିରର୍ଗଳ ଖରସ୍ରୋତା ହୋଇ
ଭେଦି ଶିଳାସ୍ତର କଠିନ l
ନାମ ମୋର ଅନେକ
ମହାନଦୀ, ବ୍ରାହ୍ମଣୀ, ବୈତରଣୀ
ଋଷିକୂଲ୍ୟା, ଭାର୍ଗବୀ, କାଠଯୋଡ଼ି
କୁଶଭଦ୍ରା, ଦୟା ଅବା ଆଉ କେତେ କଣ l
କାର୍ଯ୍ୟ ମୋର ଗୋଟିଏ
ହେଉନା କାହିଁକି ଯେଉଁ ନାମ
ସର୍ବଶେଷେ ନଈଟିଏ
ସମାଜର ହିତେ ମୋର ପ୍ରାଣ l
ଲକ୍ଷ୍ୟ ମୋର ଗୋଟିଏ
ପାହାଡ଼ରୁ କୁଳୁ କୁଳୁ ତାନେ
ଭେଦି ଅପ୍ରବେଶ୍ୟ ଶିଳାସ୍ତର
ଲକ୍ଷ୍ୟ ପୂର୍ଣ୍ଣରେ ମୁଁ ନିମଗ୍ନ l
କୂଳେ ମୋର ଗଢି ଉଠେ
କେତେ ସୌଧ, କେତେ ଶିଳ୍ପ ଗ୍ରାମ
ମୋ ଗର୍ଭର ବାରିଧାରା ଜୀବନର
ପ୍ରାଣବିନ୍ଦୁ ସମ l
ନିରପେକ୍ଷ ମୋର ଧର୍ମ
ଅହରହ ଖୋଜୁଥାଏ ନିଗୁଢ଼ ମର୍ମ
ପାରାବାରେ ଲୀନ ହେବାର ଆଙ୍କାକ୍ଷା
ଗର୍ଭେ ଧରି ଜଳ ଜୀବ ପ୍ରାଣ l
ହେ ମୂଢ଼ ମାନବ
ମୋର ଗର୍ଭକୁ ଥରେ କର ନିରୀକ୍ଷଣ
ବର୍ଜ୍ୟବସ୍ତୁ, ଶିଳ୍ପଦ୍ୟୋଗ ରାସାୟନିକ ବିଷେ
ଦେଉଛ ଅସହ୍ୟ କଷଣ l
ମୋ ଗର୍ଭ ହୁଅଇ ବିଷାକ୍ତ
ତୁମ ଭଳି ଶତ ଶତ ମାନବ ଅବା
ଜୀବ ଜନ୍ତୁ ଜୀବନ
ଅଦିନରେ ଝରିପଡ଼େ ରୋଗର ଦାଉରେ
ମୋ ଗର୍ଭରୁ ଜଳ କରି ପାନ l
ଦେଖିଛ ତ ବିଶ୍ଵରୂପ ମୋର
ଘଡିକେ ଘୋଡା ଛୁଟିବ ଏ ସଂସାରେ
ଲୀନ ହେବେ କ୍ଷଣକେ ସାଗର ବକ୍ଷରେ
ଲକ୍ଷ ଲକ୍ଷ ନିରୀହ ପ୍ରାଣ l
