STORYMIRROR

Kalandi pal

Inspirational

4  

Kalandi pal

Inspirational

ମୁଁ ନଈଟିଏ କହୁଛି

ମୁଁ ନଈଟିଏ କହୁଛି

1 min
314


ମୁଁ କହୁଛି ନଈଟିଏ,

ଅଙ୍କା ବଙ୍କା ମୋର ଜୀବନ

ଶୁଦ୍ଧ ଚକ୍ଷୁରେ କେବେ ମୋତେ

 କରିଛ କି ନିରୀକ୍ଷଣ l


ଶୈଳ ସୁତା ନାମ ଧରି 

ସାଗରେ ମୁଁ ହୁଏ ଲୀନ

ଜନ ସମାଜର କଲ୍ୟାଣରେ

ବିତିଯାଏ ମୋ ଜୀବନ l


ବହୁଛି ବହୁଥିବି ମୁହିଁ

ଯୁଗ ଯୁଗ ପାଇଁ ଏକ ଧ୍ୟାନେ

ନିରର୍ଗଳ ଖରସ୍ରୋତା ହୋଇ

ଭେଦି ଶିଳାସ୍ତର କଠିନ l


ନାମ ମୋର ଅନେକ

ମହାନଦୀ, ବ୍ରାହ୍ମଣୀ, ବୈତରଣୀ

ଋଷିକୂଲ୍ୟା, ଭାର୍ଗବୀ, କାଠଯୋଡ଼ି

କୁଶଭଦ୍ରା, ଦୟା ଅବା ଆଉ କେତେ କଣ l


କାର୍ଯ୍ୟ ମୋର ଗୋଟିଏ

ହେଉନା କାହିଁକି ଯେଉଁ ନାମ

ସର୍ବଶେଷେ ନଈଟିଏ

ସମାଜର ହିତେ ମୋର ପ୍ରାଣ l


ଲକ୍ଷ୍ୟ ମୋର ଗୋଟିଏ

ପାହାଡ଼ରୁ କୁଳୁ କୁଳୁ ତାନେ

ଭେଦି ଅପ୍ରବେଶ୍ୟ ଶିଳାସ୍ତର

ଲକ୍ଷ୍ୟ ପୂର୍ଣ୍ଣରେ ମୁଁ ନିମଗ୍ନ l


କୂଳେ ମୋର ଗଢି ଉଠେ

କେତେ ସୌଧ, କେତେ ଶିଳ୍ପ ଗ୍ରାମ

ମୋ ଗର୍ଭର ବାରିଧାରା ଜୀବନର

ପ୍ରାଣବିନ୍ଦୁ ସମ l


ନିରପେକ୍ଷ ମୋର ଧର୍ମ

ଅହରହ ଖୋଜୁଥାଏ ନିଗୁଢ଼ ମର୍ମ

ପାରାବାରେ ଲୀନ ହେବାର ଆଙ୍କାକ୍ଷା

ଗର୍ଭେ ଧରି ଜଳ ଜୀବ ପ୍ରାଣ l


ହେ ମୂଢ଼ ମାନବ

ମୋର ଗର୍ଭକୁ ଥରେ କର ନିରୀକ୍ଷଣ

ବର୍ଜ୍ୟବସ୍ତୁ, ଶିଳ୍ପଦ୍ୟୋଗ ରାସାୟନିକ ବିଷେ

ଦେଉଛ ଅସହ୍ୟ କଷଣ l


ମୋ ଗର୍ଭ ହୁଅଇ ବିଷାକ୍ତ

ତୁମ ଭଳି ଶତ ଶତ ମାନବ ଅବା

ଜୀବ ଜନ୍ତୁ ଜୀବନ

ଅଦିନରେ ଝରିପଡ଼େ ରୋଗର ଦାଉରେ

ମୋ ଗର୍ଭରୁ ଜଳ କରି ପାନ l


ଦେଖିଛ ତ ବିଶ୍ଵରୂପ ମୋର

ଘଡିକେ ଘୋଡା ଛୁଟିବ ଏ ସଂସାରେ

ଲୀନ ହେବେ କ୍ଷଣକେ ସାଗର ବକ୍ଷରେ

ଲକ୍ଷ ଲକ୍ଷ ନିରୀହ ପ୍ରାଣ l



Rate this content
Log in

Similar oriya poem from Inspirational