ମୁଁ ନାରୀ
ମୁଁ ନାରୀ
ମୁଁ ନାରୀ, ମୁଁ ନାରୀ
ମୁଁ ନାରୀ, ମୁଁ ଦ୍ରୌପଦୀ
ମୁଁ ମହାଭାରତ ଯୁଦ୍ଧ ର ନାୟିକା
ମୁଁ ପାଞ୍ଚପତ୍ନୀ ପାଞ୍ଚାଳୀ
ମୋତେ ନେଇ ଗର୍ଜୀ ଉଠେ
କମାଣରୁ ଅଗ୍ନି
ବାରମ୍ବାର ପରମାଣୁ
ଅସ୍ତ୍ର ର ପରୀକ୍ଷା
ଖଣ୍ଡ ପ୍ରଳୟଙ୍କରୀ ରେ
ଆକାଶ ସ୍ତମ୍ଭୀଭୂତ
ମୁଁ ଅପେକ୍ଷୀତା ସେହି
ଦ୍ଵାପର ଯୁଗର ନାରୀ
ମୁଁ ମୋ ମୁକୁଳା କେଶରେ
ମାଖିଦେବି ଦୁଃଶାସନ ରକ୍ତ
ଆସେ ଯେବେ ମୋ ସତୀତ୍ୱ ରେ
କାଳିମା ର ଚିହ୍ନ ।
ମୁଁ ପ୍ରକୃତି, ମୁଁ ସୀତା
ମୁଁ ମାଟିରୁ ସମ୍ଭୄତା
ମୁଁ ସେହି ବାଲ୍ଲମିକ୍ ଙ୍କ
ରଚିତ ନାୟିକା
ମୋତେ ନେଇ ସୃଷ୍ଟି ହୁଏ
ସ୍ଵର୍ଣ୍ଣ ଲଙ୍କା ଧ୍ଵଂସ
ବିନାଶ କରଇ
ପାପୀ, ଦୁରାଚାରୀ
ଦୁଷ୍ଟ ରାବଣ ର ବଂଶ
ରାମ ବିନା ମୋ ହୃଦୟରେ
ମୋ ସତୀତ୍ୱରେ ଆସେ
ଯେବେ ଆଞ୍ଚ।
ମୁଁ ଆବାହନୀ, ମୁଁ ତେଜମୟୀ
ମୁଁ ଅନଳ ର ସୂତା
ହସ୍ତେ ମୋର ଶୋଭା ପାଏ
ଖଣ୍ଡା ତରବାରୀ
ନାଶିବାକୁ ମୁକାର
କରୁଥୂବା ଆଶୁରିକ ଶିର
ହୋଇଯାଉ ଖଣ୍ଡ ପ୍ରଳୟଙ୍କରୀ
ଯଦି ମୋ ସୃଷ୍ଟିରେ
ପ୍ରମାଦ ପଡଇ ।