STORYMIRROR

Alhadini Panigrahi dash

Inspirational

3  

Alhadini Panigrahi dash

Inspirational

ମୁଁ ନାରୀ ଟିଏ କହୁଛି - ୨

ମୁଁ ନାରୀ ଟିଏ କହୁଛି - ୨

1 min
403


ସଂବାଳୁଆରୁ ପରିବର୍ତ୍ତିତ

ରଙ୍ଗୀନ ପ୍ରଜାପତିଟି ପରି

ଅବୋଧ ଶିଶୁର ଖୋଳପା ଭିତରୁ

କୈଶୋର ଡେଣା ମେଲି

ଉଡିବୁଲେ

ରଙ୍ଗୀନ ଦୁନିଆଁ ର ବଗିଚା ଭିତରେ ।

କୈଶୋରର ଯାଦୁକରୀ ସ୍ପର୍ଶରେ

କି ଅପୂର୍ବ ପରିବର୍ତ୍ତନ

ଦେହରେ ମନରେ  ।

ମନରେ ଅସରନ୍ତି ଜିଞାସା

ଆଖିରେ ସ୍ଵପ୍ନର କଜ୍ଜଳ ନାଇ

ଦୁନିଆଁ ଦେଖିବାକୁ ବାହାରକୁ ପାଦ ଥାପେଁ ମୁଁ ।

ମୁଁ କଣ ଜାଣିଥିଲି

ମା’ କୋଳରୁ କେତେ ଭିନ୍ନ

କେତେ ଭୟଙ୍କର ଏ ବାହାର ପୃଥିବୀ ।

କେଇ ଦିନ ପୂର୍ବରୁ କାଖ କରୁଥିବା

ଅଙ୍କଲ୍ ମାନଙ୍କ ଦୃଷ୍ଟି

କେଜାଣି, କେମତି ଅବାଗିଆ ଲାଗେ

ବୁଝି ପାରେନା ସେମାନଙ୍କ ଭାବନା ବ୍ୟବହାର ।

ବଗିଚାର କୋମଳ କୁଟ୍ମଳଟି

କଣ ଜାଣି ଥାଏ?

ବିକଶିତ ହେବା ପୂର୍ବରୁ

କିଏ ତାକୁ ଦଳି ମକଚି ଫିଙ୍ଗିଦେବ

ରାସ୍ତା କଡ ଫୁଟ୍ ପାଥ୍ ପରେ ।

ମୋ ମନରେ ପଶି ପାରେନା

ସଂସାରର ଜଟିଳତା

ମନର ଅସମାହିତ ପ୍ରଶ୍ନ ସବୁ

ମନ ଭିତରେ ଗୁଡେଇ ତୁଡେଇ ହୁଅନ୍ତି

କାରଣ

ଅବୁଝା ବୟସକୁ ପଛରେ ପକାଇ

ବୁଝିଲା ବୟସକୁ

ହାତ ପହଞ୍ଚେଇ ପାରୁ ନଥିବା

ଅବୋଧ କିଶୋରୀ ଟିଏ ମୁଁ

କିଶୋରୀଟିଏ ମୁଁ ।

ଆହ୍ଲାଦିନୀ ପାଣିଗ୍ରାହୀ ଦାଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational