ମୁଁ କ୍ଷୁଦ୍ର ଧୂଳିକଣାଟିଏ
ମୁଁ କ୍ଷୁଦ୍ର ଧୂଳିକଣାଟିଏ
କଳା ଧଳା ନାଲି ସବୁଜ ରଙ୍ଗରେ
ସୁସଜ୍ଜିତ ରଥ ଅଶ୍ୱ
ଗୋଟି ପହଣ୍ଡିରେ ଆସନ୍ତୁ ଠାକୁରେ
ଚାହିଁ ରହିଅଛି ବିଶ୍ୱ
ଆଷାଢ଼ ଦ୍ୱିତୀୟା ଶୁକ୍ଳ
ସାରଥି ଦାରୁକ ମାତଳୀ ଅର୍ଜୁନ
ଆଜ୍ଞାବହ ସୁପ୍ରସ୍ତୁତ ।
ଜୟ ଜୟ ଘୋଷ ପଡୁଛି ଉଛୁଳି
ପ୍ରକମ୍ପିତ ବଡ଼ଦାଣ୍ଡ
ନବ ଦିନାତ୍ମକ ଦଶ ଅବତାର
ଯାତ ପୃଥିବୀ ପ୍ରସିଦ୍ଧ
ଦିବ୍ୟ ସ°ଯୋଗ ବୃତ୍ତାନ୍ତ
ବର୍ଣ୍ଣଇ ମହତ୍ତ୍ଵ କପିଳ ସ°ହିତା
ଗାଥା ବ୍ରହ୍ମ ପଦ୍ମ ସ୍କନ୍ଦ ।
ସିଂହଦ୍ୱାର ଠାରୁ ଗୁଣ୍ଡିଚା ବିଜୟ
ଦୂରତା ଦୁଇ ଯୋଜନ
ତିନୋଟି ରଥର ବୟାଳିଶ ଚକ
ଆବର୍ତ୍ତୀ ପରିକ୍ରମଣ
ନିଗୁଢ଼ ତତ୍ତ୍ୱ ସୃଜନ
ଜୟ ଜଗନ୍ନାଥ ଦାରୁବ୍ରହ୍ମ ରୂପ
ପ୍ରକାଶ ଜ୍ୟୋତି ପରମ ।
ହେଉ ବଡ଼ଶଙ୍ଖ କିବା ବଡ଼ଦାଣ୍ଡ
ସ°ସାର ଶରଧାବାଲି
କ୍ଷୁଦ୍ର ମୁଁ ମାତର ଧୂଳିକଣାଟିଏ
ନାମ ତୁମ ଜପାମାଳି
ବାମନ ମଧୁସୂଦନ
ନିରେଖି ତୁମର କଳା ଶ୍ରୀମୁଖକୁ
ଉଦ୍ଧରୁ ଛାର ଜୀବନ ।
