STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ମୁଁ ଖାଣ୍ଟି ଓଡ଼ିଆ

ମୁଁ ଖାଣ୍ଟି ଓଡ଼ିଆ

1 min
13.2K


ମୁଁ ଯେ ଖାଣ୍ଟି ଓଡ଼ିଆ

ମୋ ପ୍ରଭୁ କାଳିଆ,

ବଢିଆ ମୋ ଭାଷା,

ମୋ ରାଇଜ ଓଡିଶା ।

ଜନମିଥିଲେ ଏ ମାଟିରେ

ଫକୀରମୋହନ,ମଧୁବାବୁ,

ଭାଷାର ଶାସ୍ତ୍ରୀୟ ମାନ୍ୟତା

ପାଇଁ ସହିଥିଲେ କଷ୍ଟ ସବୁ।

ଗର୍ବର ସହ କହୁ ଆମେ ପୁଣି

ଦେଖାଉ ବୀର ଠାଣୀ,

ଓଡ଼ିଆଟା ଆଜି ଓରିଆ ହେଉଛି

ପିଲା ମମି ଡାଡି ଡାକିଲେଣି।

ସଭା ସମିତିରେ,ଖାତା କଲମରେ

କବି ଲେଖନୀରେ ଭାଷା ବଞ୍ଚିଛି,

ଇଂରାଜୀ, ହିନ୍ଦୀରେ ଘରେ କଥାବାର୍ତ୍ତା

ଇଂରାଜୀ ସ୍କୁଲରେ ଛୁଆ ପଢୁଛି।

ବଡବଡିଆ ତ ଓଡ଼ିଆ ଭାଷାକୁ

ସବୁବେଳେ ନାକ ଟେକନ୍ତି,

ଇଂରାଜୀ ମାଧ୍ୟମ ସ୍କୁଲରେ ପଢି

ନିଜକୁ ଇଂରେଜ ଭାବନ୍ତି।

ଜ୍ଞାନୀ, ମାନୀ ଆଉ ଶିକ୍ଷିତ ବୋଲି

ସବୁଠି ପାଆନ୍ତି ସମ୍ମାନ,

କେତେକେତେ ଆସି ଚାହିଁ ରହିଥାନ୍ତି

ଶୁଣିବାକୁ ଇଂରାଜୀ ଭାଷଣ।

ଓଡ଼ିଆ ପିଲା ତ ଯେତେ ଜ୍ଞାନୀ ହେଲେ

ନ ମିଳେ ଟିକିଏ ପ୍ରଶଂସା,

ସମାଲୋଚନା ଓ ଅପନିନ୍ଦା ପାଇଁ

ନ ଭୁଲେ ତା ପ୍ରିୟ ଭାଷା ।

ଏବେ ବି ରହିଛି ମାତୃଭାଷା ପ୍ରୀତି

ମାଆ, ମାତୃଭୂମି ପାଇଁ,

ଟଳିବିନି ଅବା ଭଳିବିନି କେବେ

ଅନ୍ୟର ଭାଷା ପାଇଁ।

କହିବି ଗରବେ କୁହରେ ସରବେ

ମୋ ମାତୃଭୂମି ମହାନ,

ତା କୋଳେ ଜନମି ସୁଯୋଗ୍ୟ ଦାୟାଦ

ଓଡ଼ିଆ ଭାଷା ମୋ ମୂଲ୍ୟବାନ ।

ମୁଁ ଯେ ସୁଯୋଗ୍ୟ ସନ୍ତାନ ।

ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର

ବାଲେଶ୍ୱର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational