ମୁଁ କବି କହୁଛି
ମୁଁ କବି କହୁଛି
ଶବ୍ଦ ସବୁ ପିଟି ହେଲେ
ଅବା କବିତା ମାଡି ବସିଲେ
ତୁରନ୍ତ ତାକୁ ସାଦା କାଗଜରେ
ଉତାରି ନ ନେଲେ କଣ ତର ସହେ ?
ଅଖ୍ୟ ନିରବତା ଭିତରେ
ନିଃଶବ୍ଦ ଶବ୍ଦର ଧ୍ୱନିରେ
କବିସତ୍ତା ଜାଗି ଉଠେ
ତା କାନରେ ପ୍ରତିଧ୍ୱନିତ ହେଉଥିବା
ଭାବ ଓ ଭାଷାର ଖଣାରେ
ନିଃଶ୍ୟକ ଅବା ନିର୍ବଶ୍ୟକ ମଣିଷଟିଏ
ପରିବର୍ତ୍ତିତ ହୋଇଯାଏ ଶବ୍ଦର ଯାଦୁକରରେ
ଯାହା ସୃଷ୍ଟି କରେ ଏକ ଶବ୍ଦକ
ଚିରନ୍ତନୀ କଳା ଓ ସାହିତ୍ୟର ଆଦିଭୂମିରେ
ନିରୁତା କବିତାଟିଏ ଉତରି ଆସେ
ଦୁନିଆ ଦରବାରରେ- ସୃଷ୍ଟିର ପାରାବାରରେ
