STORYMIRROR

Banabihari Mishra

Tragedy

3  

Banabihari Mishra

Tragedy

ମୁଁ ଜଣେ ପାତକୀ

ମୁଁ ଜଣେ ପାତକୀ

1 min
220

ମୁଁ ଜଣେ ପାତକୀ ଅଧମ ପାମର

ନାହିଁ ମୋ ପାତକ ସୀମା

ନିଜ କ୍ଷମାଗୁଣେ ଆହେ ମହାବାହୁ

କରିଦିଅ ମୋତେ କ୍ଷମା।


ମୁଁ ଶରଣ ଗଲେ ମୋହର ଛୁଆଁରେ

ପାଦ ହେବ ଅପବିତ୍ର

ସେଥିପାଇଁ କିବା ଆହେ ମହାବାହୁ

ପାଦ କରିଛ ଗୁପତ।


ନାମମାତ୍ର ଭଜି ଅଜାମିଳ ପାପୀ

ଯମଦଣ୍ଡୁ ତରିଗଲା।

ମୋ ପାପ କି ସତେ ଏବେ ଗୁରୁତର

କ୍ଷମା ବାରିଧି ଶୁଖିଲା।


କେ କି କଲା ଅବା କେ କି ଦେଲା ଯାହା

ଦେଇ ମୁଁ ପାରିଲି ନାହିଁ

ତୁମେ କ୍ଷମାନିଧି କୃପାର ବାରିଧି

କଣେଇ ଚାହିଁଲ ନାହିଁ।


ଏକା ତୁମେ ସାହା ଆହେ ଚଉବାହା

ତୁମ ବିନା ଏ ଜଗତେ

କେହି ନାହିଁ ମୋର ଏଡିକି ନିଜର

ଯାହାକୁ ଡାକିବି ଆର୍ତ୍ତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy