ମୁଁ"_ଝିଅର_"ମା"
ମୁଁ"_ଝିଅର_"ମା"
ଉଠୁଛି ଦୀର୍ଘନିଃଶ୍ବାସ
ଋଦ୍ଧ କଣ୍ଠସ୍ବର
ନିରନ୍ଧ୍ର ନିଶିଥେ ଜାଗେ
ନୀରବ ଚିତ୍କାର
କଂସେଇ କିଏ ବଇରି
ମଣିଷ ମାଂସରେ
କାହାର ରସନା ତୃପ୍ତ
ରକ୍ତ ପିଆଲାରେ
କାମାଗ୍ନି କା ଜାଳିଦେଲା
ନିଃସହାୟ ପ୍ରାଣ
କିଏ ସେହି ଅତ୍ୟାଚାରୀ
ରାକ୍ଷସ ଠୁ ହୀନ
ରିକ୍ତ ହାତ ଦରାଣ୍ଡୁଛି
ଶ୍ମଶାନ ପାଉଁଶ
ସ୍ମୃତିର ଗଦାରୁ ମିଳେ
ଅସ୍ଥି ଅବଶେଷ
ମୁଁ ସେହି ଝିଅର ମାଆ
ମାଗୁଅଛି ନ୍ୟାୟ
କନ୍ୟା ଭୃଣ ହତ୍ୟା ବରଂ
ଦୁଃଖ କ୍ଷଣପ୍ରାୟ
ମୁଁ ସେ କଂସ ଭଗିନୀ
ପଥ ଅନ୍ଧକାର
ଅସହ୍ୟ ଗର୍ଭ ବେଦନା
ମାଗଇ ଉତ୍ତର
ରାତି ମୋର ଉଜାଗର
ଶୃଙ୍ଖଳ ମୋ ପାଦେ
ଝିଅ ବୋଲି ବଳି ପଡେ
ଦୁର୍ଦ୍ଦଶର ଭୂଜେ
ଫିରିଙ୍ଗି ଆଜି ବଞ୍ଚିଛି
କଟାକ୍ଷ ଆଖିରେ
କେ କହେ ସ୍ବାଧୀନ ଆମେ
ଭାରତ ଛାତିରେ
