STORYMIRROR

Sasmita Mohapatra

Abstract

2  

Sasmita Mohapatra

Abstract

ମୁଁ"_ଝିଅର_"ମା"

ମୁଁ"_ଝିଅର_"ମା"

1 min
388

ଉଠୁଛି ଦୀର୍ଘନିଃଶ୍ବାସ

ଋଦ୍ଧ କଣ୍ଠସ୍ବର

ନିରନ୍ଧ୍ର ନିଶିଥେ ଜାଗେ

ନୀରବ ଚିତ୍କାର


କଂସେଇ କିଏ ବଇରି

ମଣିଷ ମାଂସରେ

କାହାର ରସନା ତୃପ୍ତ

ରକ୍ତ ପିଆଲାରେ


କାମାଗ୍ନି କା ଜାଳିଦେଲା

ନିଃସହାୟ ପ୍ରାଣ

କିଏ ସେହି ଅତ୍ୟାଚାରୀ

ରାକ୍ଷସ ଠୁ ହୀନ


ରିକ୍ତ ହାତ ଦରାଣ୍ଡୁଛି

ଶ୍ମଶାନ ପାଉଁଶ

ସ୍ମୃତିର ଗଦାରୁ ମିଳେ

ଅସ୍ଥି ଅବଶେଷ


ମୁଁ ସେହି ଝିଅର ମାଆ

ମାଗୁଅଛି ନ୍ୟାୟ

କନ୍ୟା ଭୃଣ ହତ୍ୟା ବରଂ

ଦୁଃଖ କ୍ଷଣପ୍ରାୟ


ମୁଁ ସେ କଂସ ଭଗିନୀ

ପଥ ଅନ୍ଧକାର

ଅସହ୍ୟ ଗର୍ଭ ବେଦନା

ମାଗଇ ଉତ୍ତର


ରାତି ମୋର ଉଜାଗର

 ଶୃଙ୍ଖଳ ମୋ ପାଦେ

ଝିଅ ବୋଲି ବଳି ପଡେ

ଦୁର୍ଦ୍ଦଶର ଭୂଜେ


ଫିରିଙ୍ଗି ଆଜି ବଞ୍ଚିଛି

କଟାକ୍ଷ ଆଖିରେ

କେ କହେ ସ୍ବାଧୀନ ଆମେ

ଭାରତ ଛାତିରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract