STORYMIRROR

Sanatan Das

Abstract

3  

Sanatan Das

Abstract

ମୁଁ ଦାଦନ

ମୁଁ ଦାଦନ

1 min
171


ମୁଁ ଦାଦନ କହୁଛି,

ଭିଟାମାଟି ଛାଡ଼ି ପର ରାଇଜରେ

ପେଟ ପାଇଁ ନାଟ କରୁଥିବା

ସେଇ ଦିନ ଦାଦନ କହୁଛି...!!


ସରକାର ର ମିଛ ପ୍ରତିଶ୍ରୁତି 

ଫମ୍ପା ଭାଷଣ, ମିଠା କଥାରେ 

ଦାଦନର ଗଣ୍ଡରେ ହଜି ଗଲା

ଚାକିରୀର ସପନ..!!


ଆଜି ପେଟକୁ ନାହିଁ ଦାନା

ମୁଣ୍ଡ ଉପରେ ଛାତ ଆଉ

ଦେହରେ ନାହିଁ କନା..!!


ପିଲା ମୋର ଦରିଦ୍ର ର ତାଡନାରେ

ଭବିଷ୍ୟତ ପାଇଁ ସନ୍ଦିହାନ,

ଦାଦନ ର ଅନ୍ଧାର ଗଳି ରେ

ଖୋଜି ବୁଲୁଛି ସାହାରା ଟିକେ..!!


କେତେ ଯୋଜନା ହେଉଛି,

ସବୁ ଫାଇଲ ତଳେ ରହୁଛି,

ବଡ଼ ବଡ଼ିଆ ସବୁ ଦରିଦ୍ର ଶୋଷଣ କରି

ଦାଦନ କୁ ପ୍ରଶୟ ଦେଉଛି...,

ମୁଁ ଦାଦନ କହୁଛି...!!


Rate this content
Log in

Similar oriya poem from Abstract