STORYMIRROR

Shashanka sekhar Ray

Abstract

2  

Shashanka sekhar Ray

Abstract

ମୁଁ ଚାଷୀଟିଏ କହୁଛି

ମୁଁ ଚାଷୀଟିଏ କହୁଛି

1 min
275

ଚାଷ କାମ ଯାହାର କେତେ ସୁଖ ତାହାର

ହସ ଲାଗେ ପିଲାଦିନେ ପଢିଥିବା କଥାଟି ମୋର

ଜନ୍ମରୁ ଯନ୍ତ୍ରଣାକୁ ଆଣିଥିଲି ମୁଣ୍ଡପାତି ସହି

ଅଭିଶପ୍ତ ଜୀବନଟା ମୋର କି ଲାଭ କାହାକୁ କହି

ଋଣଯନ୍ତାରେ ସାହୁକାର ଶୋଷନ୍ତି ମୋର ରକ୍ତମାଂସ

ସରକାରୀ ସାହାଯ୍ୟ କାହାର ଅନୁକମ୍ପାକୁ ନାହିଁ ବିଶ୍ଵାସ 

ହୋ ହାଲ୍ଲା କରନ୍ତି ଏଠି ମିଡିଆ ବିରୋଧି ସରକାର

କେହି ବି ଦିନେ ବୁଝନ୍ତିନି 

କେମିତି ଚଳୁଛି ମୋର ତେଲ ଲୁଣ ସଂସାର


ତଳ ପାହାଚର ମଣିଷ ତୁଠ ପଥର ସାଜି

ପଡିରହିଛି କେଉଁ କାଳରୁ ମୁଁ ଆଜି

ନିଘା ନାହିଁ କାହାର ମୋର ଫଟା କପାଳକୁ

ସ୍ଵାଭିମାନୀ ମାଟିର ମଣିଷ ମୁଁ

ହସ ବାଣ୍ଟି ବାଣ୍ଟି ଅକାଳେ ଝରିଯିବି ପଛେ 

ପାଥେୟ କରିବିନି କେବେ ଭିକ୍ଷା ବୃତ୍ତିକୁ


ଋଣ ବୋଝର ପଥର ପିଠିରେ ଲଦିଲଦି

ପାରିଲିନି ଆଉ ସହି ସାହୁକାରର ନାଲି ଆଖି

ଭାଙ୍ଗିଦେଲି ମୋ ଭାରିଜାର ନାଲିଚୁଡି

ଲହୁଲୁହ ଗରମନିଶ୍ଵାସକୁ ଏକାଠି ନିଗାଡି

ସପନର ସୁନେଲି ଫସଲ କାଟିବା ଆଗରୁ

ବୁଜିନେଲି ମୁଁ ମୋର ଦୁଇ ଆଖି


ଠିପିଖୋଲା ପୋକମରା ଡବା ପାଚିଲା ଗାମୁଛା

ପଡିଥିବ ହିଡମୁଣ୍ଡେ ଉଜୁଡା କ୍ଷେତେ

ଗାଁ ଟା ଲାଗୁଥିବ ମରୁଭୂମି ପରି ଖାଁ ଖାଁ

 ଧାନକିଆରୀରୁ ଲଙ୍ଗଳଯୁଆଳୀ

କାଳିଆ କସରା ସାଥେ ଦାଆ ପାଞ୍ଚଣବାଡି

ଝୁରୁଥିବେ ସଭିଏଁ ଘଡିଏ ମୋତେ ନ ଦେଖି


ଖବରକାଗଜେ ହୋଇଥିବି ବଡଅକ୍ଷରେ ଗୋଟେ ଖବର

ପରସ୍ପର ଛକାପଞ୍ଝା ଖେଳୁଥିବେ ବିରୋଧୀ ସରକାର

ପେଟେ ଓଦାକନା ଦେଇ ସଂସାରଟା ମୋର

ଆଶା ବାନ୍ଧି ବସିଥିବେ ଚାତକ ପରି ଚାହିଁ

ରାଜରାସ୍ତେ ମୋ ଶବଟିକୁ ପାଖରେ ରଖି


Rate this content
Log in

Similar oriya poem from Abstract