STORYMIRROR

Liza Senapati

Abstract

3  

Liza Senapati

Abstract

ମୁଁ ବିନାଶ

ମୁଁ ବିନାଶ

1 min
11.8K

ତୋ ପାଖେ ହାରିଚି,

ମଣିଷ ସମାଜ

ତୁ ନିଶା ଏମିତି ,

ସଭିଙ୍କୁ କଲୁଣି ନଷ୍ଟ,

ଆଜିର ସମାଜ ତୋ ପାଇଁ ପାଗଳ,

ତୁ ବିନାଶର ଏକ ମନ୍ତ୍ର,

ଘରେ ଘରେ ଆଜି ତୋ ପାଇଁ ଅଶାନ୍ତି,

ମଦୁଆ ସ୍ୱାମୀ କେବେ ବାଡାଏ ସ୍ତ୍ରୀକୁ,

ମଦ ପିଇ ଆସି ମା'କୁ ମାରେ,

ଅବାଟରେ ଯାଏ ପୁଅ ,

ତତେ କରି ନିଜର,

ରକ୍ଷଣ ସମାଜ ଆଜି ,

ତୋ ପାଇଁ ହେଲାଣି ରାକ୍ଷାସ।

ଦେଖେ ନାହିଁ ମା' କି ଭଉଣୀ

ନିଶା ଜୁଡୁବୁଡୁରେ କରେ ଅତ୍ୟାଚାର।


Rate this content
Log in

Similar oriya poem from Abstract