STORYMIRROR

Prakash Sahoo

Inspirational Abstract Others

3  

Prakash Sahoo

Inspirational Abstract Others

ମୁଁ ବି ସକ୍ଷମ

ମୁଁ ବି ସକ୍ଷମ

1 min
13.4K


ମୁଁ ବି ଚେଷ୍ଟାରତ ,

ମୋର ବି ଅଛି ଅଦମ୍ୟ ଇଛା,

ସାତ ସମୁଦ୍ରକୁ ପାରି ହଵାର।

ଅଛି ଇଛା ଦୁନିଆ କୁ କିଛି,

କରି ଦେଖାଇବାର।

ମୁଁ ବି ଆସିଥିଲି ଦିନେ।

ଏହି ଦୁନିଆକୁ ମୋ ପିତା ମାତା,

ଙ୍କ ମୁହଁରେ ହସର ଫୁଲ ଫୁଟାଇ,

ସେମାନଙ୍କ ମନରେ ନୂତନ,

ଆଶାର ସଞ୍ଚାର କରି।

କିନ୍ତୁ ସେହି ଖୁସି ବେଶି ଦିନ ର,

ନ ଥିଲା।ମୋର ବିକଳାଙ୍ଗ ଶରୀର,

ର ସେମାନଙ୍କୁ ସବୁ ଦିନ ପାଇଁ,

ମର୍ମାହତ କରିଦେଇଥିଲା।

ତଥାପି ମୋ ମା ଖୁସି ଥିଲା,

ଈଶ୍ୱରଙ୍କୁ ଧନ୍ୟବାଦ ଜଣାଉ ଥିଲା।

ସେହି ମା ବାପାଙ୍କ କୋଳରେ,

ମୁଁ ଆଜି ମଣିଷ ହୋଇଛି।

ଏବେ ମୁଁ ଚେଷ୍ଟାରତ ,

ନିଜ ଅନ୍ତରର ବେଦନାକୁ,

ଚାପି ରଖିବାରେ,ହୃଦୟର କୋହ,

କୁ ଲୁଚାଇ ବାରେ ମନର କଷ୍ଟ ,

କୁ ପ୍ରବଞ୍ଚନାର ଲେପ ଦେବାରେ।

ଏବେ ମୁଁ ଚେଷ୍ଟାରତ ,

ଅନ୍ୟର ଭାଷାକୁ,

ବୁଝିବାରେ,ଈଶ୍ୱରଙ୍କୁ ସ୍ମରଣ,

କରିବାରେ,ବାପା ମା ଙ୍କ,

ମନ୍ରୁ କଷ୍ଟ ଦୂର କରିବାରେ!

ପ୍ରକାଶ ସାହୁ


Rate this content
Log in

Similar oriya poem from Inspirational