ମୁଁ ଭଲ ପାଏ ଦୁଃଖକୁ
ମୁଁ ଭଲ ପାଏ ଦୁଃଖକୁ
ମୁଁ ଭଲପାଏ ସେ ଦୁଃଖକୁ ,
ମଣିକାଞ୍ଚନର ସେ ଲୁହକୁ ।
କିଏକୁହେ ଦୁଃଖରେ ଅଛି ଯନ୍ତଣା ?
ପିଇ ପାରିଲେ ସେ ଲୁହକୁ ,
ମଧୁର ଠାରୁ ମଧୁରତମ ଲାଗେ ସେ ଜିହ୍ବାକୁ ।
ମୁଁ ଭଲପାଏ ଦୁଃଖକୁ ,
ଛାତି ଭିତରର କୋହ ଆଉ ବେଦନାକୁ...,
ଦୁଃଖ ସହ ସାଲିସ୍ କଲେ
ସୂର୍ଯ୍ୟଙ୍କ ଆଭା ପରି ଉଜ୍ବଳ ହୁଏ ଜୀବନ।
କର ନାହିଁ ପଦାଘାତ, କର ନାହିଁ ଭୟ ,
ଜୀବନର ଅମୂଲ ମୂଲ ସେ
ସରିନାହିଁ କେହି ତାର ...।
ଡାକ ତାକୁ ପାଖକୁ ଆ' ବୋଲି
ଦିଅ ତାକୁ ଅଜସ୍ର ସମ୍ମାନ....,
କୋଳେଇ ନେଇ ତାକୁ ଆପଣାର କଲେ
ଦେବ ସେ ଜୀବନ ଦର୍ଶନ।
ଦୁଃଖର କଷଟି ପଥରେ ପରଖିଲେ ନିଜ ଜୀବନ,
ତା' ଭିତରେ ଲୁଚିଥିବା ପରମ ସୁଖକୁ କରିପାରିବ ଆସ୍ବାଦନ ।
ନୀତି ଆଦର୍ଶକୁ ନିଲାମ କରି ଆମେ,
ସୁଖର ଗୋଡାଣିଆ ହେଉ ,
ବଙ୍ଗଳା,ଗାଡି ଅର୍ଜିବା,କୋଟିପତି ହେବାପାଇିଁ
ଅନ୍ୟାୟ ଅନୀତି କରୁ.....।
ମୃଗତୃଷ୍ଣା ପରି ସୁଖର ସନ୍ଧାନେ
ଅମୂଲ୍ୟ ଜୀବନ ନଷ୍ଟ କରୁ।
ଭାବିନିଅ ଥରେ ,
କ'ଣ ପ୍ରକୃତ ସୁଖ ଆମେ ସେଥିରୁ ପାଉ ?
ସୁଖ ପାଉନାହୁଁ ବୋଲି ଶେଷରେ ,
ମଦ, ଡ୍ରଗ୍ସର ଆଶ୍ରୟ ନେଉ...।
ସୁଖର ସନ୍ଧାନେ ବୁଲି ବୁଲି ଶେଷେ
ଦୁଃଖ କୋଳେ ଶୋଇଯାଉ ।
ମୁଁ ଭଲପାଏ ଦୁଃଖକୁ,
ହଁ, ହଁ ଭଲପାଏ ଦୁଃଖକୁ,
ମଣିକାଞ୍ଚନର ସେ ଲୁହକୁ.....।
