ମୁଁ ବେଲୁନ ବାଲା
ମୁଁ ବେଲୁନ ବାଲା
ରଙ୍ଗ ବେରଙ୍ଗର ବେଲୁନକୁ ନେଇ
ମୁଁ ବେଲୁନ ଭିତରେ ମନଭରି ଫୁଙ୍କେ ।
ଜୀବନ ତମାମ ପେଟର ଭୋକ ଜ୍ବାଳାକୁ
ମେଣ୍ଟାଇବା ପାଇଁ ସାହି ଯାତ୍ରା ଗହଳି ଭିତରେ
ଫୁଲେଇ ଦିଏ ପିଲାଙ୍କ ଖୁସି ସହ ।
ଅନ୍ଯର ଖୁସି ବାଣ୍ଟିବା ପାଇଁ
ପାଣି ଫୋଟକା ପରି ଥରେ ଥରେ
ଫାଟି ଯାଉଥାଏ ବେଲୁନଟି !
ହେଲେ ରଙ୍ଗ ବେରଙ୍ଗ ବେଲୁନ ଭିତରେ
ମୁଁ ହଜି ଯାଉଥାଏ ବାଉନ ବଜାର
ତେପନ ଗଳି ମଧ୍ଯରେ ।
