Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Inspirational

4  

Pranati Panda

Inspirational

ମୁକ୍ତିପଥ

ମୁକ୍ତିପଥ

1 min
731



ଜୀବନଟା ପ୍ରଶ୍ନମୟ ଏକ ଶୂନ୍ୟ ସ୍ଥାନ,

ଅପେକ୍ଷାର ଅନ୍ୟ ନାମ ଅଟଇ ଜୀବନ ।


କିଏ ଏଠି ବୁଝେ ନାହିଁ କାହା ମନ ବ୍ୟଥା ,

ସମସ୍ତେ ଲେଖନ୍ତି ନିଜ ନିଜ ମନ କଥା ।


ସୁଖ ବୋଲି ମନେ ମନେ ଯାହାକୁ କହୁଛେ,

ସେ'ତ ମାୟା ବୋଲି ଆମେ ଜାଣି ନପାରୁଛେ ।


ପ୍ରତାରଣା, ପ୍ରବଞ୍ଚନା ସ୍ଥିତି ଅବସ୍ଥିତି

ସଂସାର ମୋହରେ ଏହା ମନୁଷ୍ୟର ସୃଷ୍ଟି ।


ଛଳନା, ଅନୁରାଗ ମୁଖେ ବୋଇଲେ ଖଳ ,

ଉଡିଯିବ ପୂଣ୍ୟ ,ପାପ ରହିବ କେବଳ ।


ଆଶୀର୍ବାଦ ବଦଳରେ ଅଭିଶପ୍ତ ହେବ ,

ସମୟ ପାଞ୍ଜିରୁ ମାନ, ସମ୍ମାନ ବି' ଯିବ ।


କିଛି ଦୁଃଖ ସୁଖ ନେଇ ଆମର ଜୀବନ,

ସଂସାରରେ ବନ୍ଧା ଏହି ବିଚିତ୍ର ବନ୍ଧନ ।


ବଞ୍ଚିଥିବା ଯାଏ ଜୀବ ମୋହଗ୍ରସ୍ତ ହୁଏ,

ଆବୁରେ ସର୍ବସ୍ବ ପିଣ୍ଡେ ପ୍ରାଣ ଥିବା ଯାଏ ।


ଶୂନ୍ୟ ହସ୍ତେ ଆସିଛନ୍ତି ଯିବା ଶୂନ୍ୟ ହୋଇ ,

ଯିବ ନାହିଁ ସଙ୍ଗେ କିଛି ପଛରେ ଗୋଡ଼େଇ ।


ମଲା ବାସି ମଡା କହି ଦୂରେ ଠିଆ ହେବେ ,

ନିଜ ଆତ୍ମ, ପରିଜନ ଅଲୋଡ଼ା ହୋଇବେ ।


ସବୁ ଆଶା, ଅଭିଳାଷା ସାକାର ନୋହିବ ।

ପ୍ରଭୁ ସମର୍ପଣେ ଦିବ୍ୟ ଚେତନା ମିଳିବ ।


ପାପ, ପୁଣ୍ୟ କର୍ମ, ଧର୍ମ ପ୍ରଭୁ ସମର୍ପଣେ ,

ମୁକ୍ତି ଲଭେ ଏ ' ଭବରୁ ଜୀବର ପରାଣେ ।


     


Rate this content
Log in

Similar oriya poem from Inspirational