ମୁକ୍ତ ପକ୍ଷୀ
ମୁକ୍ତ ପକ୍ଷୀ
ମୁକ୍ତ ପକ୍ଷୀ
ଶବ୍ଦଟିଏ ଶାଶ୍ବତର
ଅର୍ଥଟିଏ ଖୋଜି ବୁଲେ
ଜୀବନ ମୃତ୍ୟୁର
ମୃତ୍ୟୁ କହେ ମୋ ବିନା
ଜୀବନର ଅର୍ଥ ଯେ କଣ!
ଜୀବନ ଯଦି, ସ୍ବପ୍ନଟିଏ -
ଦବି ଯାଇଥିବା ବରଫରେ
ମାଟିର ମଞ୍ଜିଟିଏ
ମୃତ୍ୟୁ କହେ ସମୟ ମୁଁ
ସେହି ଗଛର ଆନନ୍ଦଟି।
ସଂଞାଟିଏ ଖୋଜିବୁଲେ
ଜୀବନ ସେହି
ଭୟର ଚାଦର ଭିତରେ,
କେବେ ସେ ପବନ ସ୍ରୋତେ ନିଖୋଜ
ହୁଏ ତ, ପୁଣି ନିଲିପ୍ତ ସୂର୍ଯ୍ୟ କିରଣେ।
କିନ୍ତୁ,
ମୃତ୍ୟୁ ଦିଏ ଉପହାର-
ସୁକର୍ମର, ସଫଳତାର
କୃଷକଟି ରାଜାଙ୍କ ହାତରୁ
ପୁରଷ୍କୃତ ହେଲା ଭଳି।
ପୁଣି ଜୀବନ ମୃତ୍ୟୁ
କରୁଥାନ୍ତି ଦାବୀ
ନଦୀ ସମୁଦ୍ରଟି ଭଳି
ଶେଷ ଆରମ୍ଭର ନୀରବ
ସୀମାହୀନ ଏକ ର।
ଅହରହ ଚାଲୁଥିବା
ଉନ୍ମକ୍ତ ନିଶ୍ବାସର ସମୁଦ୍ର ଢେଉ
ମୁକ୍ତ ନିଶ୍ବାସଟିଏ ହୋଇ
ଭଗବାନଙ୍କୁ ପାଇବାର
ଅପାର ଆନନ୍ଦ।
