ମୁକଲିଙ୍ଗରା ଝୁରୁଛି *****
ମୁକଲିଙ୍ଗରା ଝୁରୁଛି *****
ଆମ ସମଗ୍ରସତ୍ତାକୁ ଆଲୋକିତ କରି
ଚାଲିଗଲ ତମେ ଦେବାଲୋକ
ସ୍ମରଣ କଲେ ଆଜି ଖେଳିଯାଏ ପ୍ରତିଧ୍ବନି
ଦେଖାଯାଏ ଅଗ୍ରନାୟକ ରାଧାମୋହନ ଗଡନାୟକ
ଅସଜଡା ବଗିଚାର ତମେ ଜଣେ ଅଦ୍ଭୁତ କଳା ସଚେତନ ମାଳୀ
ମେଘଦୂତ, ସୋରାବ , ରୁସ୍ତମ ପ୍ରାୟକ
କୁସୁମ ଫୁଟାଇଲ ଭଳିକି ଭଳି
ତୁମ କବିତାରେ ଥିଲା ସୁଧାର ମାଧୁର୍ଯ୍ୟ ଓ
ସୁରାର ମାଦକତା
ତୁମ କାବ୍ୟ କଳା ର ଅସମାପ୍ତ ପ୍ରକାଶନ
ଅନୁଭବ ହୁଏ ବଥା
ତୁମେ ଥିଲ ଆମ ଦେଶର ସମ୍ମାନ
ନିଆଁରେ ପୋଡିଗଲା ତମ ଶରୀର
ପାଇଥିଲ କେତେ ମାନ ସମ୍ମାନ
ପଦ୍ମଶ୍ରୀ ତୁମର ଏବେ ଅମର
ଶତ ନମ ନମ ହେ ମହାମାନବ
ସାହିତ୍ୟ ର ତୁମେ ଦୀପ ସଳିତା
ଦେଶ ମାତୃକାର ଭାବୁକ ସାଜି
ଲେଖୁଥିଲ କେତେ ଗାଥା କବିତା
ପାଠକର ମନ ରାଧା ହେଲେ
କାବ୍ୟ ତୁମର ମୋହନ ବେଣୁ
ଫେବ୍ରୁଆରି ଏକୋଇଶ ଦୁଇହଜାରେ
ହଜିଗଲ ତମେ ଆମ ଗହଣୁ
ନପାଇ ପୁଅକୁ ଝରାଏ ଲୁହକୁ
ରାଧାମୋହନ କୁ ଖୋଜୁଛି
ତା' ବଂଶୀ ସ୍ୱରକୁ ଦୁଇକୁଳ ଖାଇ
ମୁକ ଲିଙ୍ଗରା ଝୁରୁଛି।