STORYMIRROR

Er. Prakash Majhi

Inspirational

4  

Er. Prakash Majhi

Inspirational

ମୁକଲିଙ୍ଗରା ଝୁରୁଛି *****

ମୁକଲିଙ୍ଗରା ଝୁରୁଛି *****

1 min
257


ଆମ ସମଗ୍ରସତ୍ତାକୁ ଆଲୋକିତ କରି 

       ଚାଲିଗଲ ତମେ ଦେବାଲୋକ 

ସ୍ମରଣ କଲେ ଆଜି ଖେଳିଯାଏ ପ୍ରତିଧ୍ବନି 

       ଦେଖାଯାଏ ଅଗ୍ରନାୟକ ରାଧାମୋହନ ଗଡନାୟକ 

ଅସଜଡା ବଗିଚାର ତମେ ଜଣେ                          ଅଦ୍ଭୁତ କଳା ସଚେତନ ମାଳୀ 

ମେଘଦୂତ, ସୋରାବ , ରୁସ୍ତମ ପ୍ରାୟକ 

       କୁସୁମ ଫୁଟାଇଲ ଭଳିକି ଭଳି 

ତୁମ କବିତାରେ ଥିଲା ସୁଧାର ମାଧୁର୍ଯ୍ୟ ଓ

        ସୁରାର ମାଦକତା 

ତୁମ କାବ୍ୟ କଳା ର ଅସମାପ୍ତ ପ୍ରକାଶନ 

        ଅନୁଭବ ହୁଏ ବଥା 

ତୁମେ ଥିଲ ଆମ ଦେଶର ସମ୍ମାନ 

        ନିଆଁରେ ପୋଡିଗଲା ତମ ଶରୀର 

ପାଇଥିଲ କେତେ ମାନ ସମ୍ମାନ 

        ପଦ୍ମଶ୍ରୀ ତୁମର ଏବେ ଅମର 

ଶତ ନମ ନମ ହେ ମହାମାନବ 

        ସାହିତ୍ୟ ର ତୁମେ ଦୀପ ସଳିତା 

ଦେଶ ମାତୃକାର ଭାବୁକ ସାଜି 

        ଲେଖୁଥିଲ କେତେ ଗାଥା କବିତା 

ପାଠକର ମନ ରାଧା ହେଲେ

        କାବ୍ୟ ତୁମର ମୋହନ ବେଣୁ 

ଫେବ୍ରୁଆରି ଏକୋଇଶ ଦୁଇହଜାରେ 

         ହଜିଗଲ ତମେ ଆମ ଗହଣୁ 

ନପାଇ ପୁଅକୁ ଝରାଏ ଲୁହକୁ 

         ରାଧାମୋହନ କୁ ଖୋଜୁଛି 

ତା' ବଂଶୀ ସ୍ୱରକୁ ଦୁଇକୁଳ ଖାଇ 

         ମୁକ ଲିଙ୍ଗରା ଝୁରୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational