STORYMIRROR

Prasanta Bhunya

Inspirational

3  

Prasanta Bhunya

Inspirational

॥ ମୁଖବନ୍ଧ ॥

॥ ମୁଖବନ୍ଧ ॥

1 min
13.3K


ଶୁଣହୋ ପାଠକେ ତ୍ରାହି ତ୍ରାହି ଡାକ

ଏବେ ଜାଗ୍ରତର ବେଳ।

ଶବଦ ସଂସାର ନପାଇବ ଥଳ

କୂଳ ଜଗତେ କେବଳ॥

ଜରାୟୁରେ ହୋଏ ଅଥୟ ଜୀବନ

ନାହି ନକାଟୁଣୁ ଡିଆଁ।

ନପଡୁଣୁ ପାଦ ମାଟିରେ କାଗଜ

କଲମ ଧରିଣ ଠିଆ॥

ଚାଟଶାଳୀ ପାଠ ପୋଥିକୁ ନବୁଝି

ଲେଖା ଚାଲିଛି ଅନେକ ॥

କା’ର ଫଳା ସବୁ ଚୁଲୀକୁ ଗଲେଣି

ସ ଶ ଷ ଳ ଣ’ର ନାହିଁ ଭେକ॥

ନିତି ଛପା ହୁଏ ହଜାରେ ପତର

ଖୋଜଇ ପାଠକ ଭାବି।

ଚୟନ ହୁଅଇ ସାହିତ୍ୟର ପୃଷ୍ଠା

ଦେଖି ମୁହଁ କବି ଛବି ॥

କବି ଲେଖକଙ୍କୁ ବାଚବିଚାରରେ

ଦ୍ୟନ୍ତି ଆଗଧାଡ଼ି ପଛଧାଡ଼ି।

ଆଗଧାଡ଼ିବାଲା ହାତ ଯା ମୁଣ୍ଡରେ

ଧନ୍ୟ ସେ ବାକି ଅଗାଡ଼ି॥

ଅଗାଣ୍ଡିଆ ହାଣ୍ଡି ଯେମନ୍ତେ ଖୋଜଇ

ପାଳମୁଚୁଳାର କତି।

ସେମନ୍ତ ଅନେକ ଚୟନ କରତା

ସାହିତ୍ୟ ଖୋଜି ଆଣନ୍ତି॥

ପୁରସ୍କାର ବେଳକାଳ ଉଣ୍ଡି ଦେଖି

ଚୟନ ହୁଏ ଏମନ୍ତ।

ମନଛୁଆଁ ଲେଖା ନାକଚ ହୁଅଇ

ଫଳ ପାଏ ବଳବନ୍ତ॥

ନାହିଁ ମୁହେଁ ଲାଜ ନା ଅଛି ବିବେକ

ଏମନ୍ତ ଅବୁଝା ରାଜ୍ୟ।

ସାହିତ୍ୟ ସରଗ ସୈତାନ ହାତରେ

ଉଡ଼ୁଛି ସେମନ୍ତ ଧ୍ୱଜ॥

-ପ୍ରଭୂ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational