STORYMIRROR

Surjyakanta Dash

Inspirational Others

3  

Surjyakanta Dash

Inspirational Others

ମୁଖାପିନ୍ଧା ଭଦ୍ରଲୋକ

ମୁଖାପିନ୍ଧା ଭଦ୍ରଲୋକ

1 min
202

ଜୀବନ ଅଗଣାରେ ଏଠି ଚାଲେ, ମିଥ୍ୟାର ପ୍ରଚାର,

ପୁଣ୍ୟ ଏଠି ବହୁଦୂରେ, ପାପର ଯେ ବଢ଼ିଯାଏ ଭାର ।।


ବେପାର ନାମେ ଦାଦାଗିରି, ଖୁଲମଖୁଲା ଚାଲେ କଳାବଜାରୀ,

କର୍ତ୍ତବ୍ୟର ଏଠି ନାହିଁ ଠିକଣା, ସମସ୍ତେ ଏଠି ବ୍ୟଭି ଚାରୀ ।।


ଧର୍ମକୁ କରି ଆଖିଠାର, ମାନବ ସେବାଠୁ କୋଶେ ଦୂର,

ଜନସେବା ନାଁରେ ଲୁଟେ ସମ୍ପତି, ତୁଣ୍ଡେ ଧରି ଓଁ କାର ।।


ପରଧନ ଦେଖି ହୁଏ ଖୁସି, ଭଦ୍ର ଲୋକର ମୁଖା ପିନ୍ଧି,

ସଦା ସର୍ବଦା ନିଜ କଥା ଚିନ୍ତା କରେ, ଦେଖେଇ ହୋଇ ମହାଦୁଃଖି ।।


ପର ନାରିରେ ଲୋଭ ରଖି, ସମ୍ପର୍କ ରଖେ କାଳ ଦେଖି,

ସେହି ସମ୍ପର୍କର ଦ୍ୱାହି ଦେଇ, ଆଣେ ତା ଜୀବନେ ବୈଶାଖୀ ।।


ସମସ୍ତେ ଖରାପ୍ ତୁଣ୍ଡେ ଧରି, ଭଲ ଭାଷଣ ଭଲ କଥା କହି,

ଭଦ୍ର ଲୋକର ଚେହେରାରେ, ଝିଅ ବୋହୁଙ୍କୁ ଲୁଟିଥାଇ ।।


ଆତ୍ମ ସ୍ୱଜନ ପରିଜନେ, ଲୁଟେ ସମସ୍ତଙ୍କୁ ପ୍ରତିଦିନ,

ସର୍ବ ସ୍ୱାର୍ଥକୁ ଭୁଲିଯାଇ, ସର୍ବ ଗୀଳାରେ ଥାଏ ମନ ।।


ମନ୍ଦିର ମସ୍ ଜିତ୍ ନାଁ ରେ ଲୁଟେ, ସବୁବେଳେ ଦେଶ ସମ୍ପତି,

ଧର୍ମରେ ତା ନ - ଥାଏ ମନ, ସବୁବେଳେ ଅଧର୍ମରେ ଥାଏ ମତି ।।


ସ୍ୱପ୍ନ ବିକି ଗଢେ ଉଆସ, ଏଠି ମୁକ୍ତ ଆକାଶ ତଳେ,

ଭଦ୍ର ଲୋକର ମୁଖାପିନ୍ଧୀ, ଯୋଡେ ସମ୍ପର୍କ ମିଛ ପ୍ରେମର ଛଳେ ।।


ଉଡ଼ାଏ ସେ ବିଜୟ ବାନା, ନ୍ୟାୟ ମୂର୍ତ୍ତିର ବେଶ ଧରି,

ଦେଶେ ବିଦେଶେ ରଚେ ଆତଙ୍କ, ବିନାଶ କାରୀ ସୃଷ୍ଟି କରି ।।


ଦେଶ ଭକ୍ତିର ଦ୍ୱାହି ଦେଇ, ଦୁର୍ନୀତି ର ଖେଳ କରେ,

ପିନ୍ଧି ଧଳା ପାଇଜାମା, ଦେଶ ସମ୍ପତି କୁ ଖୋଳ କରେ ।।


ଏଇତ ଆମ ବଡବଡିଆ, ଭଦ୍ର ଲୋକର ମୁଖାପିନ୍ଧି,

ଗାଁ ଠାରୁ ସହର ପର୍ଯ୍ୟନ୍ତ, ଚାଲେ ଏମାନଙ୍କର କରାମତି ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational