ମୁହୂର୍ତ୍ତ
ମୁହୂର୍ତ୍ତ


ଧୀରେ ଧୀରେବଢେ ସମୟ
ପାଦେ ପାଦେ ଖସେ ଆୟୁଷ ରେଖା
ବିତେ ପ୍ରତିକ୍ଷଣ ଦଣ୍ଡ ଆଉ ଲିତା
ମୃତ୍ୟୁ ବା କାହାକୁ କରେ ପ୍ରତୀକ୍ଷା।
ସମୟ ସରିବ ବୟଷ ବଢିବ
ନିୟତି କପାଳେ ଯାହା ଲେଖିଥିବ।
କରନାହିଁ କେବେ ଅନୁଶୋଚନାଟି
ଦୁଃଖ ସୁଖ ସବୁ ଏଇଠି ଭୋଗିଵ।
ବିତି ଯାଏ ଯେଉଁ ଦିନ ଦଣ୍ଡ ବାର
ଫେରେନା ଆଉ ସେ ସମୟପୂର୍ବର
ସେପାଇଁ ଜୀବନ ଯେତେ ଦିନ ବାକି
ଅନ୍ୟ ଉପକାର କରିବା ଟି କିଛି।
ଅନ୍ୟ ମୁଖେ ଟିକେ ହସ ଦେଇ ଦେଖ
ହସିବ ତୁମର ଆତ୍ମା ସୁନିଶ୍ଚିତ
ଉପକାର ଟିକେ ଅନ୍ୟର କରିବା
ଜୀବନର ଶେଷେ ଆନନ୍ଦ ପାଇବା