STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ମୁହୁର୍ତ୍ତ

ମୁହୁର୍ତ୍ତ

1 min
370

ବାନ୍ଧିନିଅ ମୁହୂର୍ତ୍ତକୁ ତୁମ ଆଖି ପଲକରେ

ଏଇ ମୁହୁର୍ତ୍ତ ନଥିବ ଆଉ କ୍ଷଣକାଳ ପରେ,

କିଛି ହସର ଝଲକ କିଛି ଉତ୍ତପ୍ତ ଲୋତକ

ଛାପିଦିଅ ଚେତନାର ଅଲିଭା ପୃଷ୍ଠାରେ।।


ଏଇ ମୁହୁର୍ତ୍ତ ପାଲଟି ଯିବ ଏକ ମୂର୍ତ୍ତ ଅନୁଭୂତି

ଭବିଷ୍ୟରେ ସାଜିବ ତୁମ ଅମୂଲ୍ୟ ସମ୍ପତି,

ସଞ୍ଚିଥିବା ମୁହୂର୍ତ୍ତର ଏ ବିଦଗ୍ଧ କବିତା

ମୁଗ୍ଧ କରିବ ଚିତ୍ତେ ଭରିଦେଇ ଶାନ୍ତି।।


ବିତି ଯିବା ଆଗରୁ ଏ ମହାର୍ଘ ମୁହୁର୍ତ୍ତ

ମନ ଭରି ଜୀଇଁବା ହେଉ ଏକମାତ୍ର ସର୍ତ୍ତ,

ଭବିଷ୍ୟର କଳ୍ପନାରେ ନ ହୋଇ ବିବ୍ରତ

ବର୍ତ୍ତମାନକୁ କରି ନିଅ ଜୀବନର ବ୍ରତ।। 


ଆଖିରେ ଉତାରି ନିଅ ଚେତନାର ସ୍ତରକୁ

ପରିପୁଷ୍ଟ ହେବାକୁ ଦିଅ ନିଜ ବିଶୁଦ୍ଧ ଭାବକୁ

ଭାବୁକତା ତେଜି ହୃଦ ଭରିଦିଅ ଭାବରେ

ଚମକିବ ମୋତି ସମ ବାନ୍ଧି ରଖ ଏହାକୁ।। 


ଜାଣିରଖ ଏ ମୁହୁର୍ତ୍ତ ହେବ ଦିନେ ଅତୀତ

ଏ କାଳର କର୍ମରେ ଲେଖା ନିୟତି ଯା ଆଗତ,

ପଲକରେ ଆଙ୍କି ଦିଅ ଏ ବେଳାର ନକ୍ସାକୁ

ଭବିଷ୍ୟର ରୂପରେଖ ଲେଖିବ ଏ ମୁହୁର୍ତ୍ତ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract