ମୁଢ ମାନବ
ମୁଢ ମାନବ
ହେ ମୁଢ ମାନବ ମନେ ଭରି ଗର୍ବ
ଭୁଲିଲୁ ବିଚାର ବୁଦ୍ଧି
ଭୋଗିଲୁ ଜୀବନେ ନିଜ କର୍ମ ଫଳ
ବାମ ହେଲା ସତେ ବିଧି ।
ସୁଖ ସ୍ୱାଚ୍ଛନ୍ଦ୍ୟକୁ ପାଇବା ନିମନ୍ତେ
ରଚିଲୁ ତୁ ମହାଖେଳ
ଦୟା,କ୍ଷମା,ପ୍ରେମ ଭୁଲିଲୁ ମନରୁ
ଭରି ହଳାହଳ ବିଷ ।
ମଦ ମାଉଁସରେ ବୁଡି ତୁ ରହିଲୁ
ପ୍ରତିଦିନ ଜୀବନରେ
ସେହି ମଦ ଆଜି କାଳ ପାଲଟିଲା
ଶୋଇବାକୁ ଶ୍ମଶାନରେ ।
କ୍ଷଣିକ ସୁଖରେ ଅନ୍ଧ ହୋଇଗଲୁ
ବୁଝିଲୁନି ଭଲମନ୍ଦ
ଆୟୁଷ ହରାଇ ସୁନ୍ଦର ଜୀଵନେ
କରିଦେଲୁ ଅତିକ୍ଷୁଦ୍ର ।
ଷଡ଼ରିପୁଠାରୁ ଦୂରେଇ ରହିଲେ
ମିଳିବ ଜୀବନେ ଖୁସି
ବିଶ୍ୱର ନିୟନ୍ତା ପାଶରେ କେବେବି
ହେବ ନାହିଁ ତୁମ୍ଭେ ଦୋଷୀ ।
