STORYMIRROR

ratnakar singha

Classics

4  

ratnakar singha

Classics

ମୁଦା ଫର୍ଦ୍ଦ

ମୁଦା ଫର୍ଦ୍ଦ

1 min
236


ମୋ ଜୀବନର ଅନେକ ଅଧ୍ୟାୟ

ପବନରେ ଆପେ ଆପେ

ଲେଉଟି ଯାଇଛି

କହିଲେ କି ଲାଭ ହେବ

କନାପଡି ରହିଛି ସତ

କର୍ପୂରର ସବୁବାସ୍ନା ଉଡି ତ ଯାଇଛି ।

ଯାହା ଦେଇଛି ଇଛା ମୃତ୍ୟୁ

ହାତପାତି ତା ପ୍ରସାଦ

ସାଦରେ ମୁଁ ଗ୍ରହଣ କରିଛି

କଂକ୍ରିଟର କବର ତଳୁ

ବାହାରି ଆସିବାର ଇଛା ଥିଲେ ମଧ୍ୟ

ସେଥିରୁକି ସତେ କଣ ମୁକୁଳି ପାରୁଛି ।

କାହାର ସହୃଦୟ ଅଛିଯେ ଏ ବେଳରେ

ସୁଖ ଦୁଃଖ ବିନିମୟ କରିବାକୁ

ହୃଦୟର ପୃଷ୍ଠା ଚିରି                      

 ଫାଳ ଫାଳ ହେଲେ ମଧ୍ୟ

ଏକଥା ମୁଁ କହିବି କାହାକୁ

ଭରସାର ଛତ୍ରଛାୟା ତଳେ 

ଟିକେ ଆତ୍ମ ଆଶ୍ୱାସୀ ହେବାକୁ ।

 ଚାରିଆଡେ କୁଢ଼ କୁଢ଼

ପ୍ରଜ୍ଜ୍ବଳିତ କାଳର ଦରଜ

ଦିନରାତି ଜଳେ ତାର ଚିତାଭସ୍ମ

ବୁକୁଫଟା କ୍ରନ୍ଦନର ରୋଳ

ଆଉଁଷି ଦେବାକୁ ମୋ ଯନ୍ତ୍ରଣାର କୁବଜ

ହାତ ପାଉନଥିଲେ ମଧ୍ୟ ଚେଷ୍ଟାକରେ

ବଳହୀନ ମୋର ଶିରାଳ ହାତ ।

ଏଇମିତି ମୋଡ଼ ବୁଲି ମୋର

 ଯାବତୀୟ ପ୍ରାୟୋଜିତ କର୍ମ

ଆଉ ସନିଆ ଧୋବିର

ପ୍ରଣୟର ଇତିକଥା

ଗୁମୁରି ଗୁମୁରି ବାହୁନି ଉଠେ

ଗ୍ରାମତୁଠ ଶିମୁଳି ଶାଖାରେ

ଝଡଝଞ୍ଝା ଅବସୋସ ବତାସରେ           

ସର୍ତ୍ତ ଖିଲାପକାରୀ ପରି             

 ଲାଗେ ବିରାଟ ଶୂନ୍ୟତା

ଅଧିଯଜ୍ଞ ଆତ୍ମାରେ ଆତ୍ମାରେ ଦେଖେ

ସନ୍ତୁଳିତ ଭବିତବ୍ୟ ମୋର

ପରମ ଆରାଧ୍ୟ ଦେବତା ।

ଏଣୁକରି ମୋର ଶବ୍ଦ ବ୍ରହ୍ମ

ଲଙ୍ଘିଛି କରୁଣ ଆକାଶ

ଲେଖୁଚି ପତ୍ରରେ ପତ୍ରରେ

ପ୍ରଣୟର ଖୋଲାପତ୍ର

ମୋ ଦେହର ମୋ ବିବେକର

ସୀମାଲଙ୍ଘି ଯଉମୁଦ ଦେଇ               

  ତାରେ ହସଖୁସି ସୁନାର ସଂସାର।

ପ୍ରତ୍ୟୟ ମୋ ଆଉ ନ ହେଉ ବାଟବଣା

ଏ ସ୍ଥବିର ଅସ୍ଥିର ମନରେ

ଅସଂଲଗ୍ନ ଶବ୍ଦ ସବୁ ନ ହେଉ ବିଚରା

ଘଷା ଏ ପଥରର ନିଶାଣ ଦେହରେ ।

ନିଜକୁ ସଜେଇ ନେଇଛି

କଙ୍କରରୁ ଦିବ୍ୟଶଙ୍କର ମୂର୍ତ୍ତିକରି

ସର୍ବଂସହ ଅବତାର ଚିରଭାସ୍ୱର

ତେଣୁ ଗୋଲାପୀ ଚିତ୍ରପଟ

ଅବା ଶାଣଦିଆ ହସର ପାଲିସ

ଆଉ ଆନ୍ଦୋଳିତ କରୁନାହିଁ                 

 ଏଦରଦୀ ପ୍ରାଣରେ ମୋର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics