STORYMIRROR

Bidulata Sahoo

Inspirational Others

3  

Bidulata Sahoo

Inspirational Others

ମୁ ଯାଜ୍ଞସେନୀ କହୁଛି

ମୁ ଯାଜ୍ଞସେନୀ କହୁଛି

1 min
165


ଦ୍ୱାପର ଯୁଗର ଯାଜ୍ଞସେନୀ ମୁଁ କହୁଛି ଆଜି ମୋ ଅତୀତ କଥା,

ମହାଭାରତର ନାୟିକା ହୋଇ ମୁଁ ତଥାପି ହୋଇଛି ନିର୍ଯ୍ୟାତିତା 

ସ୍ୱୟମ୍ବର ବେଳେ ଭାବିଥିଲି ମୁଁହି ବୀର ଅର୍ଜୁନର ହେବି ଘରଣୀ,

ତାପରେ ଯା ହେଲା ଜଗତ ଜାଣିଲା ସରିଲାନି ମୋର ଦୁଃଖ ସରଣୀ |

ବିନା ଦୋଷେ ମୁଁହି ଦୋଷ ବରିନେଇ ମଥାରେ ବହିଲି କଳଙ୍କ ଟୀକା,

ପାଞ୍ଚଭର୍ତ୍ତା ଥାଇ ରାଜସଭାମଧ୍ୟେ ହୋଇଲି ଜାଣିଛ କି ହଟହଟା

ନିର୍ଯ୍ୟାତିତା ମୁଁ ନିଷ୍ପେଷିତା ମୁଁ ସାରାଜୀବନ ମୋ ହାହୁତାଶ,

ଭାବିଥିଲି ବୋଧେ ନାରୀ ନିର୍ଯ୍ୟାତନା ମୋହର ମୃତ୍ୟୁରେ ହୋଇବ ଶେଷ |

ହେଲେ ଏ ଯୁଗର ନାରୀ ନିର୍ଯ୍ୟାତନା ଥରାଇ ଦେଉଛି ମୋହର ହିଆ,

ପିଲାଠାରୁ ବଡ କେହି ବାଦ୍ ନାହିଁ କେବେ ବେବିନା ତ କେବେ ନିର୍ଭୟା |

ବହୁ ନର୍ଯ୍ୟାତନା ଜୀବନେ ସହିଛି ତେଣୁ ନାରୀ ଦୁଃଖ ପାରୁଛି ବୁଝି,

ମାନବିକତାକୁ ପାଦେ ଦଳିଦେଇ ମଣିଷ ସାଜିଛି ଦାନବ ଆଜି |

ଦେଖି ଏ ଘଟଣା ଆତ୍ମା ମୋହର ଗୁମୁରି ଗୁମୁରି ଉଠେ ବାହୁନି,

ପୁରୁଷ ପ୍ରାଧାନ୍ୟ ସମାଜଭିତରେ ନାରୀ ନିର୍ଯ୍ୟାତନା ମୋଟେ କମୁନି |

ବହୁନିର୍ଯ୍ୟାତନା, ଯାତନାସହିଛି ଭାଙ୍ଗିପଡିନି ଟେକିଛି ମଥା,

ସେଥିପାଇଁ ଆଜି କବର ତଳୁ ମୁଁ କହୁଛି ତୁମକୁ ଦିପଦ କଥା |

ଭାବନି ନିଜକୁ ଅବଳା,ଦୁର୍ବଳା ତୁମେପରା ଦୁର୍ଗା ଦୁଷ୍ଟଦଳିନୀ,

ତୁମବିନା ଏଇ ସୃଷ୍ଟି ଅଧୁରାତୁମେ ମାତା,ଜାୟା,କନ୍ୟାଓ ଭଗ୍ନୀ |

ପ୍ରତିଶୋଧ ନୁହେଁ ପ୍ରତିବାଦ କର ଅନ୍ୟାୟ ଆଗରେ ପାତନି ମଥା,

ତୁମେ ସୃଷ୍ଟିର ଶ୍ରେଷ୍ଠ ସମ୍ପଦ ସମାଜରେ ପୂଜ୍ୟା ଚିର ବନ୍ଦିତା |

ସତ୍ ଶିକ୍ଷାଦିଅ ସନ୍ତାନେ ତୁମର ସମାଜ ପାଇଁ ସେ ନୋହୁ କଳଙ୍କ,

ସୁନ୍ଦର ସମାଜ ଗଠନ ଦିଗରେ କର୍ତ୍ତବ୍ୟ ତୁମର ଅଛି ଅନେକ |

ସତ୍ୟ,ସାହସ,ଧୈର୍ଯ୍ୟ ଅହିଂସା ପରୋପକାରର ମନ୍ତ୍ର ଗାଇ,

ଉନ୍ନତ କରି ଆପଣା ଶିରକୁ ସୃଷ୍ଟି ଆଗକୁ ନିଅ କଢାଇ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational