Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational Others

3  

KRUTIBAS NAYAK

Classics Inspirational Others

ମତବାଦ

ମତବାଦ

1 min
227


-

କେଉଁ ମତବାଦ ସତ୍ୟ ନୁହେଁ କିବା ମିଥ୍ୟା ନୁହେଁ ସବୁବେଳେ,

ଜୀବନ ଯାତ୍ରାକୁ ସହାୟକ ତାହା ହୋଇଥାଏ ବେଳେବେଳେ ।


ସେ ମତବାଦକୁ କାଳ ସୃଷ୍ଟିକରେ ପୁଣି କାଳକରେ ନାଶ,

ନୂଆ ମତବାଦ ଆସିଗଲେ ଥରେ ପୁରୁଣା ଲାଗିବ ବିଷ ।


କାହା ମତବାଦ ଚିରସ୍ଥାୟୀ ନୁହେଁ ବଦଳିବା ତା' ପ୍ରକୃତି,

ଜନତାକୁ ସାହା ହେବାପାଇଁ ପୁଣି ନିଏ ସେ ନୂଆ ଆକୃତି ।


କେତେ ମତବାଦ ଆସିଛି ଯାଇଛି ଖାଲି ରହିଛି ତା' ଚିହ୍ନ,

ପୁଣି କେତେ ମତ ଆସି ଚାଲିଯିବ ବଦଳିଲେ ଆମମନ ।


ଜ୍ଞାନୀ ଗୁଣୀଜନ ମତବାଦଠାରୁ ଉର୍ଦ୍ଧ୍ୱକୁ ଯାଆନ୍ତି ଜାଣି,

ଚିରନ୍ତନ ସତ୍ୟ ଅନୁସନ୍ଧାନରେ ଲାଗି ଥାଆନ୍ତି ସେ ପୁଣି । 


ପର ଉପକାର ପ୍ରେମ ସେବା ତ୍ୟାଗ ସିନା ଚିରନ୍ତନ ସତ୍ୟ,

ଏହି ମତବାଦ କେବେ ବଦଳେନା ସବୁ ଧର୍ମର ଏ' ମତ । 


#ସିଧାକଥା


Rate this content
Log in

Similar oriya poem from Classics