STORYMIRROR

Binodini Dash

Inspirational

4  

Binodini Dash

Inspirational

ମଶାଣିର ଅଟ୍ଟହାସ୍ୟ

ମଶାଣିର ଅଟ୍ଟହାସ୍ୟ

1 min
338


ତୁଳସୀ ପାଦପ ଭଗ୍ନ ଖର୍ପର

ଠାଏ ଠାଏ ଛିଣ୍ଡା ବାସ, 

ପାଉଁଶ କୁଢ଼ରୁ ସତେ କି ଶୁଭଇ

ମଶାଣିର ଅଟ୍ଟହାସ୍ୟ ! 


ସୂଚାଇ ଦିଅଇ ହେ ଚେତନଗଣ

ଯାହା ପାଇଁ ହିଂସା ଦ୍ବେଷ,

ପୂତିଗନ୍ଧମୟ ସେ ନରକ ଦେହ

କେବଳ ମୋ ଦେହେ ଶେଷ ।


ଯେତେ ବଡ଼ପଣ ଗର୍ବ ଅହଂକାର

ରଖିଛ ହୃଦେ ସାଇତି,

ନାଶ ଦିନେ ସବୁ ମାଟି ଦେହ ସହ

ଚିରସ୍ଥାୟୀ ନୁହଁ କ୍ଷିତି ।


ଏପରି ଗୁଣର ହୋଇ ଅଧିକାରୀ

ପାଅ କିଆଁ ଅପଯଶ ?

ଆନକୁ ପରଖି ନ ଚେତ କାହିଁକି

ରହେ ନି କି ଅବସୋସ ?


ରାମ ନାମ ସତ୍ଯ ହରି ନାମ ସତ୍ୟ

ମଶାଣି ବାହକ ଗାଇ

ବୋହି ଆଣେ ଯେବେ ମର ଶରୀରକୁ

ନିଜ କଥା କି ଭୁଲଇ ?


ଲେଲିହାନ ଶିଖା ତୋଳି ଜଳେ ଜୁଇ

ନ ହୁଏ କି ପ୍ରଭାବିତ ?

ଆଣ୍ଟ ଭାଙ୍ଗି ମନ ନ ବୁଝେ କାହିଁକି

ମୋ ମାଟିଟି ଶେଷ ପଥ ।


ମୋ ପାଖରେ ନାହିଁ ଧନୀ କି ଗରିବ

ନିଏ ଆଦରେ କୋଳେଇ

ବୃଥା ଆସ୍ଫାଳନ କିଆଁ ତୁମେ କର

ମୁଁ ପରା ସାଥୀ ସବୁରି ।।


Rate this content
Log in

Similar oriya poem from Inspirational