STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ମର୍ଯ୍ୟାଦା ପୁରୁଷୋତ୍ତମ

ମର୍ଯ୍ୟାଦା ପୁରୁଷୋତ୍ତମ

1 min
203


ମର୍ଯ୍ୟାଦା ପୁରୁଷ ରଘୁବଂଶ ନାଥ

  ଚୈତ୍ର ଶୁକ୍ଳ ନବମୀରେ,

କୌଶଲ୍ୟା ତନୟ ସୂର୍ଯ୍ୟବଂଶୀ ବୀର

    ପୁନର୍ବସୁ ମାହେନ୍ଦ୍ରରେ,

     ଜଗତ ନିମିତ୍ତ ଜାତ

ସତ୍ୟ,ଧର୍ମ,କ୍ଷମା,ଦୟା, ଧୈର୍ଯ୍ୟ ଗୁଣ

   ଆଭୂଷଣ ଶରୀରରେ।


ଜୀବନ ଦର୍ଶନ  କରଇ ବହନ

   ସଂସ୍କୃତି ମୂଲ୍ୟବୋଧରେ,

ସୃଷ୍ଟି ବିଲୟ ଯା' ଆଜ୍ଞାରେ ଚାଳିତ

   ସମର୍ପି ଗୁରୁ ସେବାରେ,

  ଜିତେନ୍ଦ୍ରିୟ ପ୍ରଜାବତ୍ସଳରେ

ସ୍ନେହ ମମତାର ଅଯୋଧ୍ୟା ନଗର

  ପ୍ରୀତ ଭକ୍ତ ପ୍ରେମଡୋରେ।


ଜ୍ଞାନ ଯୋଗ ମାର୍ଗ ଅଧିଷ୍ଠାତା ପ୍ରଭୁ

  ରାମରାଜ୍ୟ ସଂସ୍ଥାପନ, 

ରାକ୍ଷସ ନିଧନ ଅହଂର ବିନାଶ

   କର ତୁମେ ନାରାୟଣ,

  ବାରେ କର ଧରାବତରଣ,

ହଟିଯାଉ କ୍ଲେଶ ଦୁଃଖ ଓ ଯନ୍ତ୍ରଣା

   ଧରା ବୈକୁଣ୍ଠ ଧାମ।


 


Rate this content
Log in

Similar oriya poem from Inspirational