STORYMIRROR

ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

ମରୁଭୂମି

ମରୁଭୂମି

1 min
237

 

ବୟସର ଏଇ ଖରାବେଳଟାରେ

     ମରୁଭୂମି ସମ ବାଟ

ସଂସାର ଜଞ୍ଜାଳ ତତଲା ବାଲିରେ

     ପ୍ରାଣ ହୁଏ ଛଟପଟ ।।


ତୃଷାର୍ତ୍ତ ଅନ୍ତରେ ଜଳର ସନ୍ଧାନେ

     ମୃଗତୃଷ୍ଣା ପଛେ ଧାଇଁ

ବିବସ ପ୍ରାଣରେ ଖାଲିପାଦେ ଦଣ୍ଡେ

    ଆଉ ଚାଲି ନ ପାରଇ ।।


ଉତ୍ତପ୍ତ ମରୁରେ ପାଦ ପୋଡେ ପୁଣି

      ଗଳା ଯାଇଥାଏ ଶୁଖି

ଧାଇଁ ଧାଇଁ ଥକି ପଡିଲା ପରେ ବି

    କେହି ପାରନ୍ତିନି ଦେଖି ।।


ମରୁ କଣ୍ଟକରେ ଦେହ ମୋର କ୍ଷତ

     ଅନୁଭବେ ଥାଏ ମଗ୍ନ

ଧାର ଧାର ଅଶ୍ରୁ ଶୋଣିତ ବହିଲେ

     ତଥାପି ହୁଏନି ଭିନ୍ନ ।।


ଆସିବ କି ତୁମେ ହୃଦୟ ସ୍ପନ୍ଦନେ

     ଜଳର ଠିକଣା ନେଇ

ଜୀବନ ମରୁରେ ମରୁଦ୍ୟାନ ସମ

     ବହିବ ଝରଣା ହୋଇ ।।


ମରୁଭୂମି ସେବେ ପାଲଟିବ ମୋର

       କାନ୍ତ ସବୁଜ ବନାନୀ

ସୃଷ୍ଟି ହେବ ନିଶ୍ଚେ ମନ ଉପବନେ

     କେତେ ସର ଓ ତଟିନୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational