STORYMIRROR

Rajendra Bishoyi

Romance

4  

Rajendra Bishoyi

Romance

ମରୁଭୂମି

ମରୁଭୂମି

1 min
166

ତୁମେ ମୋତେ ଭଲ ପାଉଥିଲ ବୋଲି

ଠରାଠରି ହେଉଥିଲେ ଗଛ

ପତରେ ପତରେ ଭାବ ଦିଆନିଆ

ଦୁନିଆଟା ଲାଗୁଥିଲା ତୁଚ୍ଛ ।


ମନ ଉଦ୍ୟାନରେ ଫୁଟି ନାନା ଫୁଲ

ବାସ୍ନା ବାଣ୍ଟୁଥିଲେ ଚାରିଆଡେ

ପାଗଳ ଭଅଁର ମଧୁ ଚୁମି ଚୁମି 

ସ୍ଵପ୍ନର ମହଲ ସ୍ଵପ୍ନେ ଗଢେ ।


କିନ୍ତୁ ତୁମେ ଆଜି ଭୁଲିଗଲ ବୋଲି

ଫୁଟି ନାହିଁ ଫୁଲ ବଗିଚାରେ

ଫୁଲକୁ ନ ପାଇ ନିରାଶ୍ରୀ ଭଅଁର

ନିତି ଜୀଏଁ ପୁଣି ନିତି ମରେ ।


ଜଳି ମରିଗଲେ ସବୁ ତରୁ ଲତା

ବାକି ରହିଗଲା କଣ୍ଟାଗଛ 

ନିଜର ରକ୍ତକୁ ନିଜେ ମୁଁ ପିଉଛି

ସାଜି ଏଠି ମରୁଭୂମି ଓଟ ।


ପ୍ରେମର ସହରେ ଲାଗିିଗଲା ନିଆଁଁ

ମୋ ଜୀବନ ହେଲା ମରୁବାଲି

ମନ ପଞ୍ଜୁରୀରୁ ସୁନା ପକ୍ଷୀ ମୋର 

ଦୂର ଦେଶେ ଉଡିଗଲା ବୋଲି ।


କଣ୍ଟାର ଆଘାତ କେତେ ସହିଥିଲି 

ସାଥୀ ଥିଲା ମୋର ଫୁଲ ବୋଲି 

ଫୁଲ ଚାଲିଗଲା ଆଉ କା ସାଥିରେ

ସାଥି ମୋ ମରୁର ତପ୍ତବାଲି


ସାତପର ହେଲା ବୋଲି ଫୁଲରାଣୀ 

ଜୀବନ ସାଜିଲା ମରୁଭୂମି 

ସେ ଦିନୁ ଜଳୁଛି ଅନ୍ତରେ ଅନ୍ତରେ

ଆଖି ଲୁହ ଯାଏ ଓଠ ଚୁମି


ମରୁଭୂମିର ମୁଁ ବିରହ ପ୍ରେମିକ

ବାଲୁକା ରାଶି ମୋ ସହଚର

ବାଲିରେ ମରିବି ବାଲିରେ ବଞ୍ଚିବି

ମରୁଭୂମି ମୋର ସ୍ଥାୟୀ ଘର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ

Similar oriya poem from Romance