ମରୁଭୂମି
ମରୁଭୂମି
ଶସ୍ୟ ଶ୍ଯାମଳା ମୋ ଜୀବନ ଟା ଥିଲା
ଆଜି ମରୁଭୂମି ସମ ,
କେତେ ବାଲିଝଡ ମୋର ଦେହେ ଆସେ
ସହିବା ହିଁ ମୋର ଧର୍ମ ।
ମରୁଭୂମି ମଧ୍ଯେ ହୃଦୟ ବୃକ୍ଷ ଟି
ଦିଏ ପଥିକ କୁ ଛାୟା,
ଏତେ କୃତଘ୍ନ ସେ ପଥଚାରୀ ଗଣ
ନଦେଖାନ୍ତି ତିଳେ ଦୟା ।
ଆତ୍ମୀୟ ସୋଦର ଯେତେ ଥିଲେ ସବୁ
ନିଜ କର୍ମେ ଗଲେ ଦୂରେ,
ଭାବିଲେନି କେହି ଏ ବୃଦ୍ଧ ବୟସେ
କେମିତି ରହିବି ଘରେ ।
ମରୀଚିକା ଥିଲା ଯାହା ମୋ ହୃଦୟେ
ଆଜି ଯାଏ ଦୂରେ ଦୂରେ,
ଶସ୍ୟ ଶ୍ୟାମଳା ମୋ ପରିବାର ପାଇଁ
ତଥାପି ହୃଦୟ ଝୁରେ ।
ଡରି ନାହିଁ କେବେ ଅବା ହାରି ନାହଁ
ସେବା ଭାବେ ଅଛି ରହି,
ଯେତେ ଦିନ ଥିବ ଜୀବନ ମୋହର
ସେବା କରୁଥିବି ଜିଇଁ ।