STORYMIRROR

Kali Kumar

Tragedy Thriller

2  

Kali Kumar

Tragedy Thriller

ମୃତ୍ୟୁକୁ ନିମନ୍ତ୍ରଣ

ମୃତ୍ୟୁକୁ ନିମନ୍ତ୍ରଣ

2 mins
189

ଜନ୍ମ ଆଉ ଜୀଵନର

ସଂଘର୍ଷ କ୍ଳିଷ୍ଟତା ମଧ୍ୟରେ

ମୋ ପାର୍ଥିବ

ଖାନ୍_ଦାନି କୋଠାଘରଟି

ଏବେ ନିଷ୍କ୍ରିୟ,ବିପନ୍ନ,ଅବସନ୍ନ ।

ହେ ମୃତ୍ୟୁ,

ନିମନ୍ତ୍ରଣ ରହିଲା

ତୁମେ ଆସିବ

ବହଳ ତିମିର ଓ ଘଂଚ ନିର୍ଜନତା

ଯେତେବେଳେ ଏ ପୃଥିବୀକୁ

ମାଡ଼ି ଆସିବ,

ଠିକ୍ ସେତିକି ବେଳେ, ତୁମେ ଆସିବ ।

ଆକାଶର ତାରାମାନେ

ଯେତେବେଳେ,ତୀବ୍ରତାର ସହ

ତିମିତିମି କରୁଥିବ,

ଝିଙ୍କାରୀର ଝିଁ ଝିଁ ଶବଦ

ଯେତେବେଳେ,

ଗାଢ଼ ପ୍ରଖର ହୋଇଉଠିବ

ଠିକ୍ ସେତିକି ବେଳେ, ତୁମେ ଆସିବ,

କାହିଁକି ନା, ଏ ପ୍ରହରର ନିଦ୍ରାଟି

ଖୁବ୍ ଆପଣାର ।

ମୋ ଶୟନ କକ୍ଷର

ଦକ୍ଷିଣ ପାର୍ଶ୍ୱସ୍ଥ ବାତାୟନର

ଯେଉଁ ଏକ ବୃହତ୍ ଛିଦ୍ର

ତା' ମଧ୍ୟ ଦେଇ ଆସିବ,

ଇନ୍ଦ୍ରିୟମାନଙ୍କୁ କବଳିତ କରି

ଶିଥିଳତା ଏବଂ ଜଡ଼ତା ଭରି

ତୁମ ବିରାଜମାନର ପତାକାକୁ

ସଫଳତାର ସହ

ନିଃସଙ୍କୋଚରେ ଉଡ଼ାଇ ଦେବ

ମୋ ଖାନ୍_ଦାନି କୋଠାଘର ଉପରେ ।

ତୁମ ବିଜୟର ଧ୍ବଜା

ସଫଳତାର ସହ ଉଡ଼ିଲା ପରେ

ନିର୍ବାକ, ନିସ୍ପନ୍ଦ, ନିଃସହାୟ

ପ୍ରାଣଶୂନ୍ୟ, ଚେତନାଶୂନ୍ୟ, ଆବେଗଶୂନ୍ୟ

ମୋ ଖାନ୍_ଦାନି କୋଠାଘର ନିକଟରେ

କିଛି ଭାବନାଶୂନ୍ୟ

କାନ୍ଦୁରା ଚେହେରା ମାନଙ୍କ

ଭିଡ଼ ଜମିବ,

ମୋ ଉପରାନ୍ତେ,

ଆବେଗର ଧାରା ଅଚିରେ ଝରିବ

କିଛି କୋହ ଅଦୃଶ୍ୟ ହୋଇବ

ଆଉ କିଛି ଚେହେରାରେ, ମୋ

ସଫଳତାବିଫଳତା

ସତ୍ ଅସତ୍

ପ୍ରସଂଶା ନିନ୍ଦା

ଭଲ ମନ୍ଦ

କୁ ସୁ' ର ଗଣିତ କଷା ହେବ ।।

ତୁମେ କିନ୍ତୁ ତାଙ୍କ ଅଙ୍କ କଷାର

ଫଳାଫଳକୁ ଅପେକ୍ଷା କରିବ ନାହିଁ,

ନିଃସଙ୍କୋଚ ଏବଂ ନିର୍ଦ୍ୱନ୍ଦରେ

ତୁମ ଗତି ପଥ ନିର୍ଦ୍ଧାରଣ କରିବ,

ହଁ ! ଅନୁରୋଧ ;

ତୁମ ଅଦୃଶ୍ୟ ଫାସରେ

ବାନ୍ଧିବା ପୂର୍ବରୁ

ଇହଲୋକର ଯାତ୍ରା

ଆରମ୍ଭ ପୂର୍ବରୁ

କେଇ କ୍ଷଣର ସମୟ ଦେବ

କିଛି ଅସମ୍ପୂର୍ଣ୍ଣ କବିତାକୁ

ସମ୍ପୂର୍ଣ୍ଣତାର ରୂପ ଦେବା ପାଇଁ ।

ହଁ ! ଧ୍ୟାନ ରହେ ଯେମିତି

ତୁମ ଆସିବାର ଟେର୍

କାହାକୁ ଅବଗତ ନ ହୁଏ !

କାହିଁକି ନା,ଏଠି ସମସ୍ତେ ମୋ ଆପଣାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy