STORYMIRROR

Jayashree Maharana

Abstract Others

4  

Jayashree Maharana

Abstract Others

ମୃତ୍ୟୁ

ମୃତ୍ୟୁ

1 min
224

ମୋହମାୟା ଭରା ସଂସାର ବନ୍ଧନେ ଜୀବନ କ୍ଷଣିକ ସ୍ଥିତି

ଜନ୍ମ ମୃତ୍ୟୁ ଦୁଇ ଚିରନ୍ତନ ସତ୍ୟ ପ୍ରଭାବ ଦେଖାଏ ନିତି 

ଆୟୁଷ ସରିଲେ କାଳ ପୁରିଗଲେ ମୃତ୍ୟୁ କରେ ଭୀମରଡି

ବେଳ କି ଅବେଳ ବୁଝେନା ନିଷ୍ଠୁର ଆସିଥାଏ କ୍ଷୀପ୍ରେ ମାଡି ।


ଧନୀ ଗରୀବର ଫରକ କରେନା ଦୟାମାୟା ମୋହଶୂନ୍ୟ

ବାଳ ଅବା ବୃଦ୍ଧ କଳିପାରେନାହିଁ ବେହିସାବୀ ପାପପୁଣ୍ୟ

ଅଦୃଶ୍ୟ ଅଭେଦ ରହସ୍ୟରେ ବଶ ସଂସାରେ ସକଳ ଜୀଵ

ଦେବତା ହେଲେ ବି ତା ଶକ୍ତ ଫାଶରୁ ମୁକୁଳିବା ଅସମ୍ଭବ ।


ସ୍ପର୍ଶେ ଜୀବନର ସତ୍ତା ଲିଭିଯାଏ ଥମିଯାଏ ଶ୍ବାସଗତି

କୋହର ଶକତ ଆଘାତ ନ ସହି ଆତ୍ମୀୟଙ୍କ ଫାଟେ ଛାତି

ନିଶ୍ଚଳ ଶରୀର ନିଆଁଟିକେ ଲୋଡ଼େ ମାଟିରେ ମିଶିବା ପାଇଁ

ଆତ୍ମା ସ୍ୱର୍ଗ କିବା ନର୍କ ପ୍ରାପ୍ତି ହୁଏ ଆଦୌ କଳିହୁଏ ନାହିଁ ।


ସୃଷ୍ଟିର ସବୁଠୁ ଶକ୍ତିଶାଳୀ ମୃତ୍ୟୁ ଭୟଙ୍କର ଶବ୍ଦଟିଏ

ଜୀବନ ପଥର ଶେଷ ଠିକଣା ସେ ମୁକ୍ତିର ମାଧ୍ୟମଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract