STORYMIRROR

Sanjya Tripathy

Inspirational Others

3  

Sanjya Tripathy

Inspirational Others

ମୃତ୍ୟୁ

ମୃତ୍ୟୁ

1 min
155


କେଉଁ ପରି ରକ୍ତ ଓ ମାଂସର କଥା

କଳିଗଲା ।କୁଲ

ସ୍ଥିରଚିତ୍ର,ଚକାଳିରେ ଯେବେ ହାରିଯାଏ ମଣିଷ ଜଣେ

ଯବନିକା ପତନ ହୁଏ ନାଟକର ଶେଷ ଦୃଶ୍ୟ ପରେ

ପୁଣି ଯଦି ଲୋଡାଯାଏ ମରିଥିବା ମଣିଷଟିକୁ

କଣ ବା କରିପାରୁଛି ଈଶ୍ଵର ?

ତେଣୁ ବଂଚିଥିବା ବେଳେ ସବୁ କାମ ଆଦାୟ କରିନିଆ

କାରଣ ମୃତ୍ୟୁ ଅସମୟର ଅଲୋଡା ଅତିଥ୍ୟ

ଶିଖେଇ ଯାଅ ନିଜେ ମରି ଅନ୍ୟକୁ ବଂଚିବାର କଳା

କେବେ ଯଦି ଖୋଜା ପଡେ ଅଖୋଜାକୁ

ତାର ପ୍ରତିବଂବରେ ପ୍ରତିଫଳିତ ହୁଏ ଜୀବଂ ଭାସ୍କର୍ଯ୍ୟ

ଅକ୍ଷୟ ସ୍ଥାପତ୍ୟ ଓ ଯାଦୁକରୀ ଚିତ୍ରକଳା

ଚିରକ୍ଷରା ସୁରଭୀ ଓ ଝରା ଶେଫାଳୀର ବ୍ୟଥା

ବେଦନାସିକ୍ତ ମଉସୁମୀ ଓ ଚିରହରିତ ବସଂତ

ପଥକ୍ରାନ୍ତ ଶ୍ରମିକର ପ୍ରଣୀତ ପଦପାତରେ

ଧୀରେ, ସଂତର୍ପଣେ ଆସଂତି ନିଦ୍ଧର ଆଶଂତୁକ ଅସହାୟତାର

ଖରିଦଦାର

ଅନ୍ୟତ ଯୌବନା ମୌସୁମୀର ଅପରୂପା ସୌନ୍ଦର୍ଯ୍ୟରେ

ରଷିର ବି ଜଟା ହିଂଡିଯାଏ ଅଭିସାରିକାର ଆମନ୍ତ୍ରଣରେ

ନୀଳବିଷର ବଳୟରେ ପ୍ରଦୂଷିତ ସମାଜ, ବ୍ୟବସ୍ଥା ବିପର୍ଯ୍ୟସ୍ତ

ମାଟିର ମହକରେ ଆସ ହେ ପରମପୁରୁଷ

ବଂଚାଇବାକୁ ସୃଷ୍ଟି, ସ୍ଥିତି ଓ ପରିଚୟର ଆତ୍ମନେପଦୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational