ମୃତ୍ୟୁ
ମୃତ୍ୟୁ
ମୃତ୍ୟୁ ତୁମେ ପରା ଜୀବନ ଆକାଶେ ପାହାନ୍ତି ପହର ତାରା
ସମୟ ରାତ୍ରିର ପାହାନ୍ତି ପ୍ରହରେ ଆପେ ଦେଇଥାଅ ଧରା !
ଶରୀର ଦୋଳାରେ ପ୍ରଶ୍ୱାସ ପବନ ନୀତି ଖେଳୁଥାଏ ଦୋଳି
ମରଣ କାଳରେ ଥୟ ହୋଇ ଯାଇ ଜୀବନକୁ ଯାଏ ଛାଡି !
ରଙ୍ଗ ପୁଟ୍ଟି ଦେଇ ସଜେଇ ରଖୁଛେ ସୁନ୍ଦର ଏଇ ଶରୀର
ପ୍ରାଣ ଚାଲିଗଲେ ବାସି ମଡ଼ା କହି ସଭିଏଁ କରିବେ ପର !
ମୃତ୍ୟୁ ତୁମେ ସିନା ଶରୀରକୁ ନିଅ ଆତମା ଚିର ଅମର
ଉତ୍ତମ କରଣ କରଣରେ ସ୍ମୃତି ହୋଇ ରହିଥାଏ ଚିର !
ଜନମ କାଳରୁ ମରଣର ଯାଏଁ ଲମ୍ବିଛି ଜୀବନ ପଥ
କିଏ ବା କହିବ କେଉଁ ସମୟରେ ମୃତ୍ୟୁ ହେବ ଉପସ୍ଥିତ !
ଅନିତ୍ୟ ସଂସାରେ ତୁମେ ପରା ଅଟ ନିତ୍ୟ ନିୟମିତ ସତ
ତଥାପି ଅକାଳେ ଅନାହୁତେ ଆସି ମରମ କର ବ୍ୟଥିତ !
ସଂସାର ମଞ୍ଚରେ ଆମେ ଅଭିନେତା ମୃତ୍ୟୁ ଶେଷ ଯବନିକା
ଶ୍ରେଷ୍ଠ ଅଭିନୟ ପାଇଁ ପ୍ରକାରାନ୍ତେ ଦେଇଥଏ ନୀତି ଶିକ୍ଷା !