STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

ମୃତ୍ୟୁ

ମୃତ୍ୟୁ

1 min
177

ମୃତ୍ୟୁ ତମେ

ଅନିର୍ବଚନୀୟ ଚେତନାର ଶାଶ୍ଵତ ପ୍ରକାଶ

କେତେବେଳେ କାହା ପାଇଁ

ପୁନେଇଁର ରୂପାଜହ୍ନ ତ

ଆଉ କେତେବେଳେ କାହାପାଇଁ 

ଅମାର ଅନ୍ଧାରୀ ଆକାଶ


ଅସତ୍ୟରୁ ସାତ୍ୟକୁ ଯାତ୍ରାର

ଏକ ଆଲୋକିତ ଗତିପଥ

ଅଦିବ୍ୟରୁ ଦିବ୍ୟତ୍ବକୁ 

ଅବଚେତନାରୁ ଚେତନାକୁ

ଧସେଇ ପଶିବାର 

ଏକ ସୁସଜ୍ଜିତ ମାର୍ଗ


ମୃତ୍ୟୁ ତମେ

ପରିବର୍ତ୍ତନର ଏକ ଦିଗନ୍ତବିସ୍ତାରି 

ଗାଣିତିକ ସୂତ୍ର

କେତେବେଳେ ସମାହିତ ତ

ଆଉ କେତେବେଳେ ଅସମାହିତ

ପୁରୁଣାରୁ ନୂଆର ସନ୍ଧାନ ବେଳେ

ଅନେକଙ୍କୁ ତମେ ଆଲିଙ୍ଗନ କର

ତମ ଶୀତଳ ସ୍ପର୍ଶରେ ଆହ୍ଲାଦିତ ହୁଏ

ଦେହ-ମନ-ପ୍ରାଣ ,

ସବୁକିଛି ବଦଳିଯାଏ ଚିରାଚରିତ ଊତୁତକ୍ର

ଆଉ ପୃଥିବୀର ଗତାନୁଗତିକ ମାନଚିତ୍ର


ମୃତ୍ୟୁ ତମେ

କାହା ପାଇଁ ଭୟଙ୍କର ବୈଶାଖର ଝଡ

ଅସମୟେ ଉଲକାପାତ

ସମୁଦ୍ରର ଗମ୍ଭୀର ଗର୍ଜନ

ଆଉ କାହା ପାଇଁ ଅରୁଣ ଅର୍ଚ୍ଚିତ 

ପୀୟୂଷର ଶୀତଳ ସ୍ପର୍ଶ 

ସୁଶୋଭିତ ରାଜପଥ,

ଚିକିମିକି ତାରାଫୁଲଙ୍କ ମେଳରେ

ରଜତ ଜ୍ୟୋସ୍ନାର ଫଲ୍ଗୁଧାର


ମାତ୍ର ,

ମୋତେ ଲାଗେ ମୃତ୍ୟୁ ତମେ

ଏକାନ୍ତ ଦୁର୍ବଳ, ଭୀରୂ ଓ ଅସହାୟ ,

ଫାଙ୍କା ଗର୍ଜନର ଆଧାର ,

ଏବେ ବି ମୋ ପାଇଁ ଅପହଂଚ

ସେ ଜଟିଳ ଭଗ୍ନାଂଶର ସରଳ ସମାଧାନ

କାହିଁକି ତମର ଏତେ ଗର୍ବ ?

ଏତେ ଅହମିକା ଓ ଏତେ ବଡପଣ ?


ତମେ ଏତେ ଭୀରୁ ଯେ 

ପ୍ରତ୍ୟକ୍ଷ ରେ ନ ଆସି 

ଲୁଚି ଲୁଚି ପରୋକ୍ଷରେ ଆସ

କହିଲ ଦେଖି ମୃତ୍ୟୁ 

କାହାକୁ ତମେ ମାରିଛ କି ନିଜ ହାତେ

ଆଦୌ ନୁହେଁ ନା

ଅନ୍ୟର ସାହାରା ନେଇ ଛପିଛପି ଆସିବାର

ଅନେକ ନିଖୁଣ ଓ ନିଆରା

ଯେତକ ଅଭିନୟ ଓ ବାହାନା ତମର


ମୃତ୍ୟୁ, ଏବେ କୁହ ତ ତମେ

କାହିଁକି ଡରିବି ତମକୁ

କାହିଁକି ଲୁଚିବି ତମକୁ

ବରଂ ତମେ ଡରୁଥାଅ ବାରମ୍ବାର ,

ଭୟର ଖୋଳପା ଭିତରେ ବସାଟିଏ ବାନ୍ଧି 

କାହିଁକି ତମର ଏତେ ଅହଙ୍କାର ?

କାହିଁକି ତମେ ଏତେ ଗର୍ବକର ?

ଅନେକ ସମୟରେ ଭାବେ ମୁଁ ଏକାନ୍ତରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract