ମୃତ୍ୟୁ
ମୃତ୍ୟୁ
ମନୁଷ୍ୟ ଜୀବନ ନୁହେଁ ଚିରସ୍ଥାୟୀ
ଅବଶ୍ୟ ମୄତ୍ୟୁ ହୋଇବ,
କେବେ ହେବ ତାହା କିପରି ହୋଇବ
ସମୟ କିଏ ଜାଣିବ।
ଜନ୍ମ ମୄତ୍ୟୁ ଅଟେ ପ୍ରଭୁଙ୍କ ଭିଆଣ
ଜ୍ଞାନୀ ଶବ୍ଦକୋଷେ କାହିଁ,
ହୋଇବ କେବେ ସେ କପାଳେ ଲିଖିତ
ତାହା ତ ଜାଣିବେ ନାହିଁ।
ସତ୍ୟକର୍ମ କରି ଜନ ସେବୁଥିଲେ
ଜୀବନ ସାର୍ଥକ ତହିଁ,
ଅନ୍ତକାଳେ ତା'ର ବୈକୁଣ୍ଠରେ ସ୍ଥାନ
ଗୀତାର ବଚନ ଯହିଁ।
ଗୀତାର ବଚନ ପ୍ରଭୁଙ୍କ ବଚନ
ଶିକ୍ଷା ପରା ଗୀତା ଠାରୁ,
ରହୁ ଉପଦେଶ କର୍ମପଥେ ଆମ
ଜ୍ଞାନ ପରା ଜ୍ଞାନୀ ଠାରୁ।
ରହୁ ଧର୍ମପଥ, କର୍ମପଥେ ଆମ
କାହିଁକି ଚିନ୍ତା ମୃତ୍ୟୁର,
ରହି କର୍ମପଥେ ଜନ ସେବୁଥିବା
ଅଟେଟି ଧର୍ମ ଆମର।
ଘଟଣା ଅବଶ୍ୟ ଘଟିବ ପଥରେ
କପାଳ ଲିଖିତ ଯାହା
ନ ଘୁଞ୍ଚିବ କ୍ଷଣେ ସୃଷ୍ଟି ପ୍ରଭୁଙ୍କର
ଘଟିବ ଅବଶ୍ୟ ତାହା।
ମନୁଷ୍ୟ ଜୀବନ କର୍ମଜ୍ଞାନ ପାଇଁ
ମୃତ୍ୟୁ ଚିନ୍ତା କିମ୍ପା ଭାଇ?
ଆଜି ଅଛି କଞ୍ଚା ହେବ ପୁଣି ଯୁବା
ବୃଦ୍ଧ ହେବରେ ଭାଇ।
ମୃତ୍ୟୁ ଜାଣେନାରେ ଶିଶୁ-ଯୁବା-ବୃଦ୍ଧ
ପ୍ରଭୁଙ୍କ ଲିଖନ ଭାଇ,
କାହିଁ ପାଇଁ ଭାଇ ମୃତ୍ୟୁର ଚିନ୍ତାଟି
ଚିନ୍ତା ରାଷ୍ଟ୍ର ପରା ଭାଇ।