STORYMIRROR

subrat kumar jena

Classics

3  

subrat kumar jena

Classics

ମୃତ୍ୟୁ ଏକ ଧ୍ରୁବ ସତ୍ୟ

ମୃତ୍ୟୁ ଏକ ଧ୍ରୁବ ସତ୍ୟ

1 min
218

କେହି କଣ ଥରେ ଚିନ୍ତା କରିନି ଅମରତ୍ୱ ଲଭିବାକୁ

ଦୁଃଖୀ ହେଉ ଅବା ସୁଖୀ ଅନ୍ତତଃ ଥରେ ଏ ଭାବନା ଆସିଥିବ ନିଶ୍ଚିତ

ହେଲେ ଏମିତି କଣ ହୋଇପାରେ!

ସେଥି ଲାଗି ଗୁଣିଜନ କହିଛନ୍ତି "ମର୍ତ୍ୟ ମଣ୍ଡଳେ ଦେହ ବାହି,ଦେବତା ହେଲେବି ମରଇ"

ଜନ୍ମ ଯେପରି ସତ୍ୟ ମୃତ୍ୟୁ ଦାରୁଣ ହେଲେବି ଧ୍ରୁବ ସତ୍ୟ

କେହି କେବେ ଚେଷ୍ଟା କରିକିବି ଜାଣି ପାରିନି ସ୍ୱାଦ ମୃତ୍ୟୁର

ଏଜେ ବଡ଼ ନିଷ୍ଠୁର ,ନିର୍ଦୟୀ

କେବେ କେତେବେଳେ ଆସେ ବିଲକୁଲ ଜଣା ପଡେନି

ହେଲେ ଆସିଲା ବେଳେ ସବୁର କାୟା ପରିବର୍ତନ କରିଦିଏ

ସବୁ ସମ୍ପର୍କକୁ ନିମିଷକେ କାଟି ଦିଏ ଘଟ ଠାରୁ

ବିଚରା ଶରୀରଟା ପଡିରୁହେ ଏକାକୀ ହୋଇ

ଦିନେ ଯୋଉ ରୂପ ଗୁଣ ଯୌବନକୁ ନେଇ ଗର୍ବ କରେ ମଣିଷ

କେହି ସାଥି ହୁଅନ୍ତି ନି ଶେଷ ସମୟରେ

ଏପରିକି ନିଜଠୁ ନିଜର ବି ଭୁଲି ଯାଆନ୍ତି କିଛି ଦିନର ବ୍ୟବଧାନରେ

ଆତ୍ମା ପକ୍ଷୀ ଘଟ ପରିବର୍ତ୍ତନ କରି ଯାଇ ମିଶେ ପରମାତ୍ମା ସହ

ଦିନେ ଯେପରି ଆସନ୍ତି ଲଙ୍ଗଳା ହୋଇ

ଶେଷରେ ଫେରିବାକୁ ପଡେ ଜୀବନ ସଂଜରେ ଲଙ୍ଗଳା ହୋଇ

ସେଇ ଶେଷ ସାହାରା ଶେଷ ଠିକଣା ମଶାଣି ଭୁଇଁକୁ

କାଳେ ଭେଟ ହେବ ପୂର୍ବଜଙ୍କ ଆତ୍ମା ସହ ସେ ପାରିରେ

ଯୋଉଠି ଆଉଥରେ ହେବ ଜୀବନ ସଉଦା ର ହିସାବ ନିକାଶ

ଏମିତି ଭାବରେ ଦୁନିଆରେ ରାତି ଦିନ ସହ ଜନ୍ମ ମୃତ୍ୟୁ ଚାଲୁଥିବ

ଆଉ ଏମିତି ଜଣେ ଆସୁଥିବ ଆଉ ଜଣେ ବିଦାୟ ନେଉଥିବ

ଚିରଦିନ ଲାଗି ସମ୍ପର୍କର ସୁତଖିଆକୁ କାଟି

କୋଉ ଏକ କାନ୍ଥରେ ଫୋଟୋ ହୋଇ ଝୁଲା ହେବାଲାଗି

ନହେଲେ କୋଉ କୋଣରେ ସିମେଣ୍ଟ କିମ୍ବା ମର୍ବଲରେ ବନ୍ଦୀ ହେବାକୁ

ଯୋଉଠି ନିତି ନିତି ପଶୁ ପକ୍ଷୀଙ୍କ ମଳ ମୂତ୍ର ତ୍ୟାଗର ପାତ୍ରଟିଏ ହୋଇ

ସୁବ୍ରତ କୁମାର ଜେନା, ସୁରଡ଼ିହ,ନନ୍ଦିପୁର, ଯାଜପୁର।

ଦୁରଭାଷ-୯୭୭୬୨୦୮୯୩୦.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics