STORYMIRROR

Sasmita Choudhury

Abstract

2  

Sasmita Choudhury

Abstract

ମୃତ୍ୟୁ ଚିରନ୍ତନ ସତ୍ୟ

ମୃତ୍ୟୁ ଚିରନ୍ତନ ସତ୍ୟ

1 min
292

ଜୀବନ ରାଜ୍ଯେ କାହିଁ କେତେ ବାର

ଶୁଣାଯାଏ ତାର ନିର୍ମମ କ୍ରୁର

ଆତଙ୍କବାଦର ଅବିଶ୍ବାସୀ ପଦଧ୍ବନି, 

ଜନ୍ମ ସହିତ ଅଙ୍ଗାଙ୍ଗୀ ଜଡିତ

ମୃତ୍ୟୁ ଚେତନା ସେ

ଚିହ୍ନେନା କିଏସେ

ନିର୍ଦ୍ଧନ ଅବା ଧନୀ


ମୃତ୍ୟୁ ଶୀତଳ ସ୍ପର୍ଶ ଆଗରୁ 

ମଣିଷ ମରୁଛି ଚିନ୍ତାରେ ଶତବାର, 

ଦେଖୁଛି ଉଦାସୀ କଳା ଛାଇ ତା'ର

ନିରାଶେ ଭାବୁଛି

ମିଛ ଏ ଦୁନିଆ 

ମିଛ ସଂପର୍କର ଡୋର


ଅଘୋଷିତ ତା'ର ପ୍ରବେଶ ଜୀବନେ 

ଅବିଳମ୍ବେ ଆସେ ଯାଏ, 

ପ୍ରସ୍ଥାନ ପରେ ତା' 

ଲୁହ ଓ ଶୋକରେ

ବୁକୁ ଫଟା ରୋଳେ

 ଚତୁର୍ଦ୍ଦିଗ କମ୍ପିଯାଏ


ମୃତ୍ୟୁ କବଳିତ ଏ ସାରା ସଂସାର 

ମୃତ୍ୟୁ ବ୍ଯତୀରେକ 

ସଂସାରେ ଖେଳନ୍ତା

ମହା ଘୋର ବିଭିଷିକା, 

ଅଜାଣତେ ଆମ, ନିଶବ୍ଦେ ଧାଉଁଛେ

ଭେଟିବାକୁ ସେଇ 

ମୃତ୍ୟୁର ସୀମା ରେଖା


ମୃତ୍ୟୁଶୀଳ ବୋଲି ପାର୍ଥିବ ଜଗତ

ନାମିତ ହୋଇଛି 'ମର୍ତ୍ତ୍ୟ', 

ତମାମ୍ ଜୀବନ ଜୀଇଁଅଛେ ଯେଣୁ

ଅବଶ୍ୟମ୍ଭାବୀ ଯେ

ମୃତ୍ୟୁ ଶେଷରେ

ସ୍ବାଗତ ତାହାକୁ ଏହି ଚରାଚରେ, 

ମୃତ୍ୟୁ ଚିରନ୍ତନ ସତ୍ୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract