ମୃତ୍ୟୁ ଆସିବାର ଅଛି
ମୃତ୍ୟୁ ଆସିବାର ଅଛି
ମନର ଏରୁଣ୍ଡି ଡେଇଁ
ମୃତ୍ୟୁ ଆସେ ନଇଁ ନଇଁ
ଛୁଇଁବାକୁ ଦେହଟିକୁ ମୋର
ପ୍ରୀତିର ମହଲ ତଳେ
ଜୀବନ ମୋ ଖେଳ ଖେଳେ
ଶେଷକଥା ଭାବିବାକୁ
ବେଳ କାହିଁ ତାର I
ମୃତ୍ୟୁ ଆସେ ନଇଁ ନଇଁ
ଜୀବନର ଗୁଣ ଗାଇ ଗାଇ
ଆଉଦିନେ ଆସିଥିଲା
ଜୀବନର କଥା କହିଥିଲା
ପ୍ରୀତିର ପିୟ୍ଷଷ ଢାଳି
ଜୀବନକୁ ଛୁଇଁ ଯାଇଥିଲା I
ଆଜି ଯେବେ
ମୃତ୍ୟୁ ଆସେ ନଇଁ ନଇଁ
ଆଖିତଳେ ଅସରନ୍ତି ଲୁହ ଭରିଦିଏ
ଜୀବନକୁ ପରକରି
ଏ ଦୁନିଆ ଛାଡିବାକୁ
ଧିରସ୍ୱରେ ମୋ କାନରେ
କହି ଦେଇଯାଏ I
ଆଉଦିନେ ମୃତ୍ୟୁତ ଆସିବ
ଛଦ୍ଣବେଶେ ଅବା କେଉଁ ରୂପଧରି
କେମିତି ଆସିବ ସିଏ
ସେ କଥା ତ ସମୟ କହିବ I
