STORYMIRROR

Debadatta Jena

Classics Inspirational Thriller

3  

Debadatta Jena

Classics Inspirational Thriller

ମୃଣ୍ମୟୀ

ମୃଣ୍ମୟୀ

1 min
197


ତୁମେ ଆସିଛ ମୃଣ୍ମୟୀ, 


ଏଇ ପାର୍ବଣରେ, 


କରିବାକୁ ମୋକ୍ଷ ଏଇ ଧରା ଧାମ 


ଅଭିଷିକ୍ତ ତନୁ,ହୃଦୟ,ତନ୍ମୟ, 


ଅଭିମନ୍ତ୍ରିତ ଯେତେ ମନ ଓ ମନନ, 


ତୁମର ଏ ସ୍ବର୍ଗୀୟ ସ୍ପର୍ଶରେ..!


ତୁମ ଧରାବତରଣେ 


ନିର୍ମଳ ଆକାଶ, ମାଟି ଲଗ୍ନା ଜହ୍ନ, 


କାଚକେନ୍ଦୁ ଝର,ଜୀବନ ସାୟାହ୍ନ, 


ହୁଏ ଉତ୍ସବ ମୁଖର, 


ପ୍ରକମ୍ପିତ ପୀଠ,ଏଇ ପିଣ୍ଡ,ମଣ୍ଡପ 


ସୁସଜ୍ଜିତ ମେଢ଼,ତମ୍ବୁ ଓ ତୋରଣ, 



ତୁମ ଆଵାହନେ


ଦୁନ୍ଦୁଭିର ସୁର,ଛନ୍ଦ,ଉତ୍ଫୁଲିତ ନାଦ 


ଏଇ ମଧୁର ଲଗ୍ନରେ..!


ତୁମେ ଆସିଛ କଲ୍ୟାଣୀ, 


ଏଇ ରଣାଙ୍ଗନେ, 


କରିବାକୁ ହତ,ଏ ଅନନ୍ତ ଉନ୍ମାଦ 


ହେବ ଯୁଗପତ ଅପେକ୍ଷାର ଅନ୍ତ, 


ତୋଳି ଦିବ୍ୟାଙ୍ଗନ 


ତୁମ ଭବ୍ୟ ଅବାହନେ..!


ତୁମେ ଆସିଛ ଜଗନ୍ମମୋହିନୀ, 


ଏଇ ମଧୁ ବସନ୍ତରେ, 


କରିବାକୁ ସର୍ବମୋକ୍ଷ 


ତୁମ ପୁଣ୍ୟାପ୍ଳୁତ ଝଙ୍କାର ବାରିରେ, 


ସର୍ବଂବ୍ୟାପ୍ତ ପରିବ୍ୟାପ୍ତ ଅବିନାଶୀ, 


ପାପ ତାପ ନାଶୀ, 


ତୁମେ ହିଁ ସତ୍ତ୍ୱ ରଜ ତମ ଗୁଣ ସମ୍ପନ୍ନ, 


ସାକାର ଓ ନିରାକାର,ଚିନ୍ମୟ ଆନନ୍ଦ, 


ତଵ ପଦାର୍ପଣେ,


ସ୍ୱୀୟ ପ୍ରକମ୍ପିତ,ହୁଏ ପୂର୍ଣ୍ଣ ଶାରଦୀୟ 


ତୁମ୍ଭ ପ୍ରତୀକ୍ଷାରେ..!


ତୁମେ ଆସିଛ ମନ୍ମୟୀ, 


ଏଇ ଅବନୀରେ, 


କରିବାକୁ ମନ୍ତ୍ରସିକ୍ତ ପ୍ଲାବନ ପୟୋଧି, 


ହେବ ନିତ୍ୟ ନିନାଦିତ,ପ୍ଲୁତ ପଲ୍ଲବିତ 


ଏଇ ମାଟି ଓ ଆକାଶ, 


ତଵ ସାନ୍ନିଧ୍ୟେ ମନ୍ତ୍ରସିଦ୍ଧ ମନ, ମନ୍ଥନ 


ସଦା ପଲ୍ଲବିତ ଚିତ୍ତ, ହୃଦୟ ସ୍ପନ୍ଦନ, 


ତୁମେ ହିଁ ତ ରୂପ 


ନିରାମୟ ସ୍ୱରୂପ 


ସୃଜନୀରେ ସ୍ୱୟଂ ଶାଶ୍ୱତ ଭାସ୍ୱର, 


ଆବିର୍ଭୂତେ ତୁମେ ସ୍ଵୟଂଭୂ ସମ୍ଭୂତ 


ତଵ ସୃଷ୍ଟି ସାରାଂଶେ 


ସଦା ଜ୍ୟୋତିର୍ଗମୟ, 


ଋତୁ ହୁଏ ପାର୍ବଣ, ଧରା ହିରଣ୍ମୟ,


ତୁମର ଏ ପାବନ ପୂଜାର ଵିଧିରେ


ପୁଣ୍ୟ ପ୍ଲାବନୀରେ 


ଏ ବିଜୟା ତିଥିରେ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics