ମରିନି ମରିଚିକା
ମରିନି ମରିଚିକା
ସୁନା ର ହରିଣ ସେ ନ ଥିଲା
ସେ ଥିଲା ମାୟା ର ମୋହ
ମୋହ ଗ୍ରସ୍ତ ଆଖିର ଭ୍ରମ
ମାନବିକତା ର ନ୍ୟୁନ ତମ ସ୍ତର ଠୁଁ ବି
ଦୂରେଇ ନିଏ ସେ ମାୟାଶକ୍ତ ହୃଦୟ କୁ।
ମାତୃ ତୁଲ୍ୟ ସମ୍ପର୍କ ମାନେ ବି
ଲାଂଚ୍ଛନା ଠୁଁ ତଳକୁ ଓହ୍ଲେଇ ଆସନ୍ତି;
ତିରଷ୍କାରେ ଅଳଙ୍କୃତ ଲକ୍ଷ୍ମଣ ସମସ୍ତ।
ଧନ୍ୟ ସେ ଲେଖନୀ ଧନ୍ୟ ତା ଦିବ୍ୟ ଦୃଷ୍ଟି
ଯିଏ ଦେଖି ପାରିଥିଲା ସମୟକୁ
ଏତେ କାଳ ଆଗୁଁ, ମଧ୍ୟ ତ୍ରେତୟା ରେ,
ଯାହାର ପୁନରାବୃତ୍ତି ହୁଏ ଆଜି
ପ୍ରତି କ୍ଷଣ, ଯତ୍ର ତତ୍ର ସର୍ବତ୍ର;
ଏବଂ ଆକ୍ରାନ୍ତ ସମାଜ ର ପ୍ରତିଛବି।
ମାୟା ରୁ ଅଧିକ ଦେଖେନା ନୟନ
ସମ୍ମୋହିତ ହୁଏ ଯଦି କେବେ।
ଅଣ-ଦେଖା ହୋଇ ଯାଆନ୍ତି
ଯେତେ ସବୁ ଅଵଶ୍ୟମ୍ଭାବି ସଙ୍କଟ।
ପଦାଘାତେ ଦୂର କରି ସୁରକ୍ଷା କବଚ
ଧାବମାନ ମରିଚିକା ପଛେ।
ନିଜେ ସାଜେ ନିଜ ର ଭକ୍ଷକ
ଏଡାଇ ଦିଏ ସମସ୍ତ ସୁରକ୍ଷା କୁ, ମାତ୍ର
କରୁଣା ର ଆର୍ତ୍ତ ନାଦ ସ୍ୱ-ରକ୍ଷା ନିମିତ୍ତ।
ମାତ୍ର କାଳ କହେ ମାରିଚ ମରିଛି।
କିନ୍ତୁ ନିମିଳିତ ନୟନ ମୋ ଦେଖେ
ନା,ଆଜି ବି ମରିନି ମରିଚିକା।