STORYMIRROR

shaikh mozahid mahatab

Romance

3  

shaikh mozahid mahatab

Romance

ମରୀଚିକା

ମରୀଚିକା

1 min
42

ନିଃସ୍ତବ୍ଦ ରାତିର ଗଭୀରତାରେ, ଗଦା ଗଦା ସ୍ୱପ୍ନର

 ବୋଝ ତଳେ ମୁଁ ଅଣନିଃଶ୍ୱାସୀ

ନିଦ ଭାଙ୍ଗିଯାଏ ଆଉ ରାତି ବି ପାହିଯାଏ

ଭିତରର ଆଗ୍ନେୟ କୁହୁଳି ଉଠେ

ଆଉ ପ୍ରଶ୍ନ କରେ ରାତିକୁ ,ଆଖିକୁ ,ନିଦକୁ

ନିଦୁଆ ଆଖିର କି ଅବା ଦୋଷ

ସ୍ୱପ୍ନ ଯଦି ଆଖିର ପରିଧିକୁ ଡେଇଁ

କେଉଁ ଏକ ଅବାସ୍ତବ ମରୀଚିକା ପଛେ

ନିଦର ପାଉଣା ଦେଇ ଧାଏଁ।।



Rate this content
Log in

Similar oriya poem from Romance